ରାଜନୀତି

ବଡ଼ଦାଣ୍ଡରେ କଂଗ୍ରେସ ପକ୍ଷରୁ ଜନ ସମାବେଶ, ଚାରିଦ୍ୱାର ଖୋଲିବାକୁ ଦେଲେ ଚେତାବନୀ – Sahana Mela

[ad_1]


ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ମରାମତି ଓ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଆଦି ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜନ ସମାବେଶ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସମାବେଶରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଜନସାଧାରଣ ପୁରୀ ଶରଧା ବାଲି ଠାରେ ଏକତ୍ରିତ ହୋଇଥିଲେ।

ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ତାରା ବାହୀନିପତି ଓ ପୁରୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇ ଚାରିଦ୍ୱାର ଖୋଲିବାକୁ ଦାବି କରିଛନ୍ତି। ଏଥି ସହିତ ରତ୍ନଭଣ୍ଡାରେ ଥିବା ରତ୍ନର ଗଣତି ଏବଂ ମରାମତି କାମ ଦାବି କରୁଛନ୍ତି। ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମନ୍ଦିର ପ୍ରଶାସକଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ପୁରୀରେ ବସବାସ କରୁଥିବା ପ୍ରାୟ ୮୦ ହଜାର ପରିବାରଙ୍କର ଭୂ ସମ୍ପତିର ମାଲିକାନା ସତ୍ତ୍ୱେ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଅଛି। ସେମାନେ ଏହି ସମ୍ପତ୍ତିକୁ ବିଭିନ୍ନ ମଠମାନଙ୍କଠାରୁ ତତ୍‌କାଳୀନ ଆଇନ ଅନୁଯାୟୀ କିଣିଥିଲେ। ମାତ୍ର ଏବେବି ସେହି ସମ୍ପତ୍ତି ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଅଛି। ସରକାର ପନୁଃରାୟ କରିବାକୁ ଦାବି କରାଯାଇଛି। ପୁରୀରେ ଭୂମିହିନ ଓ ବାସହୀନ ସେବାୟତଙ୍କୁ ସରକାର ଘର କରିବା ପାଇଁ ଆବଶ୍ୟକ ଜମି ଓ ଆର୍ଥିକ ସହାୟତା ଦେବା ପାଇଁ ଦାବି ହୋଇଛି।

ଆଗାମୀ ୨୮ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ପୁଣି ଅନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ପୁରୀ ଏବଂ ଖୋର୍ଦ୍ଧାରେ ଜଗନ୍ନାଥ ମହାପ୍ରଭୁଙ୍କ ଭୋଗ କରୁଥିବା ଜମିର ସ୍ଥାୟୀ ସମାଧାନ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଛି କଂଗ୍ରେସ। ଗୁଣ୍ଡିଚା ମନ୍ଦିରଠୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ଜନସମାବେଶ ଆୟୋଜିତ ହୋଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button