ଅପରାଧ

ଡକାୟତ ଯୋଜନା ବିଫଳ,୭ ଡକାୟତ ଗିରଫ,ମାରଣାସ୍ତ୍ର ଜବତ

ବାଲେଶ୍ଵର ରେ ବଡ ଧରଣର ଡକାୟତି ଯୋଜନା ବିଫଳ। ରେଲୱେ ଷ୍ଟେସନ ଭିତରେ ଏକ ପରିତ୍ୟକ୍ତ ଗୃହରୁ ଡକାୟତି ଯୋଜନା ପଣ୍ଡ କଲା ସହଦେବଖୁଣ୍ଟା ଥାନା ପୋଲିସ। ଶୁକ୍ରବାର ବିଳମ୍ବିତ ରାତିରେ ପେଟ୍ରୋଲିଂ ସମୟରେ ବିଶେଷ ସୁତ୍ରରୁ ଖବର ପାଇ ରେଳୱେ ଷ୍ଟେସନର ମାଲଗୋଦାମ ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରିଥିଲା ପୋଲିସ। ଘଟଣା ସ୍ଥଳରୁ ୭ଜଣକୁ ଗିରଫ ସହ ଗୋଟାଏ ମୋବାଇଲ୍, ତିନୋଟି ଧାରୁଆ ଖଣ୍ଡା, ଗୋଟିଏ ବାଉଁଶ ବାଡି, ଦୁଇଟି ଆଇରନ୍ ରୋଡ୍, ଅଙ୍ଗାର ସହିତ ହୁକା, ଦୁଇଟି ଖାଲି ମ୍ୟାକ୍ ଡୋଏଲ୍ ମଦ ବୋତଲ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ସହଦେବଖୁଣ୍ଟା ଥାନା ଅଞ୍ଚଳର ନବକିଶୋର ବାରିକ, ଦିଲ୍ଲୀପ ସବର, ରେମୁଣା ଥାନା ଅଞ୍ଚଳର ଏସ୍. ଇଶାଦାଲୀ, ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା ଅଞ୍ଚଳର ଏସ୍. ଇସାକ ଓ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଥାନା ଅଞ୍ଚଳର ଅଶୋକ ବର୍ଦ୍ଧା, ହୋଇଥିବା ବେଳେ ଦୁଇଜଣ ନାବାଳକ ରହିଛନ୍ତି। ଏମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ସୂଚନା ଦେଇଛନ୍ତି ସିଟି ଡିଏସପି ନିର୍ମଳା ଗୋଚ୍ଛାୟତ। ତେବେ ଜିଲ୍ଲାରେ ବଡ଼ ଧରଣର ଡକାୟତିକୁ ବିଫଳ କରିଛି ସହଦେବଖୁଣ୍ଟା ପୋଲିସ।ଏହି ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ବିରଞ୍ଚି ନାରାୟଣ ଦାସ, ସବ ଇନ୍ସପେକ୍ଟର ଏ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button