ଭାରତର କ୍ରମାଗତ ୪ର୍ଥ ବିଜୟ, ବିସ୍ଫୋରକ ଶତକ ସହ ଦ୍ରୁତ ୨୬୦୦୦ ରନ ପୂର୍ଣ୍ଣ କଲେ କୋହଲି – Sahana Mela
[ad_1]
ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ଗୁରୁବାର ଅନୁଷ୍ଠିତ ମୁକାବିଲାରେ ବିରାଟ କୋହଲିଙ୍କ ବିସ୍ଫୋରକ ଶତକ ବଳରେ ବାଂଲାଦେଶକୁ ୭ ୱିକେଟରେ ସହଜରେ ପରାସ୍ତ କରିଛି । ୨୫୭ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୧.୩ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା ।
ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଆରମ୍ଭରୁ ଭାରତ ଉପରୁ ଚାପ ହଟେଇ ଦେଇଥିଲେ । ରୋହିତ ଶର୍ମା ୪୮ ଓ ଶୁଭମନ ୫୩ ରନ କରି ପ୍ୟାଭିଲିୟନ ଫେରିଥିଲେ । କୋହଲି ଏହା ପରେ ଆକର୍ଷଣୀୟ ବ୍ୟାଟିଂ କରି ୯୭ ବଲରେ ୬ ଚୌକା ଓ ୩ଛକା ସହାୟତାରେ ୧୦୩ ରନ କରି ଅପରାଜିତ ରହିଥିଲେ । ଏହା ତାଙ୍କ କ୍ୟାରିୟରର ୪୮ତମ ଶତକ । ସେ ଆନ୍ତର୍ଜାତୀୟସ୍ତରରେ ଓଭରାଲ ଦ୍ରୁତ ୨୬୦୦୦ ରନ ପୂର୍ଣ୍ଣ କରିଛନ୍ତି । ସେ ୫୬୭ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ସଚିନ ୬୦୦ ଇନିଂସରେ ଏହି ସଫଳତା ହାସଲ କରିଥିଲେ ।
Another run-chase
Another fifty
Another milestoneKing Kohli reaches 𝟮𝟲,𝟬𝟬𝟬 𝗶𝗻𝘁𝗲𝗿𝗻𝗮𝘁𝗶𝗼𝗻𝗮𝗹 𝗿𝘂𝗻𝘀! 👑#CWC23 | #TeamIndia | #INDvBAN | #MenInBlue pic.twitter.com/DMkjgc88WT
— BCCI (@BCCI) October 19, 2023
ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟାଶ ଆୟାର ୧୯ ରନ କରି ଆଉଟ ହୋଇଥିବା ବେଳେ କେଏଲ ରାହୁଲ ୩୪ ରନ କରି ଅପରାଜିତ ରହିଥିଲେ । ଘରୋଇ ପରିବେଶରେ ହେଉଥିବା ବିଶ୍ୱକପରେ ଭାରତର ଏହା କ୍ରମାଗତ ୪ର୍ଥ ବିଜୟ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ତାନଜିଦ ହାସନଙ୍କ ୫୧ ଓ ଲିଟନ ଦାସଙ୍କ ୬୬ ରନ ସହାୟତାରେ ୮ ୱିକେଟ ବିନିମୟରେ ୨୫୬ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।
[ad_2]