ଦେଶ- ବିଦେଶ

ଗାଜାରୁ ଲୋକଙ୍କୁ କାଢ଼ିବା କଷ୍ଟକର : ବୈଦେଶିକ ମନ୍ତ୍ରଣାଳୟ – Sahana Mela

[ad_1]

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୨୦୦ ଭାରତୀୟ ନାଗରିକଙ୍କୁ କଢ଼ାଯାଇଛି । ଏଥିରେ ନେପାଳୀ ନାଗରିକ ମଧ୍ୟ ସାମିଲ ରହିଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଯେ, ଅପରେସନ ଅଜୟ ଅନ୍ତର୍ଗତ ୫ଟି ବିମାନରେ ୧୨୦୦ ଲୋକଙ୍କୁ ଅଣାଯାଇଛି । ଆହୁରି ଫ୍ଲାଇଟ ପଠାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଗାଜାରେ ପ୍ରଥମେ ପାଖାପାଖି ୪ଜଣ ଥିଲେ କିନ୍ତୁ ଆମ ପାଖରେ ସଠିକ ସଂଖ୍ୟା ନାହିଁ । ୱେଷ୍ଟ ବ୍ୟାଙ୍କରେ ୧୨-୧୩ଜଣ ଥିଲେ । ଗାଜାରେ ସ୍ଥିତି ଏମିତି ରହିଛି କି ସେଠାରୁ ବାହାରିବା କଷ୍ଟକର । କେବଳ ଜଣେ ଭାରତୀୟ ଯୁଦ୍ଧରେ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button