ରାଜ୍ୟ

ଭୁବନେଶ୍ୱରର ବାୟୁ ପ୍ରଦୂଷଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଜାରି କଲା ନିର୍ଦ୍ଦେଶାବଳୀ

ଭୁବନେଶ୍ୱର ବାୟୁ ମଣ୍ଡଳର ଗୁଣବତ୍ତା ରକ୍ଷା କରିବା ପାଇଁ ବିଏମ୍ ସି ପକ୍ଷରୁ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଅନୁଯାୟୀ ନିମ୍ନ ଲିଖିତ ପଦକ୍ଷେପମାନ ନିଆଯାଇଛି ।
 ଲିଙ୍ଗରାଜ ମନ୍ଦିର ଅଂଚଳରେ ଦୈନିକ ପାଣି ସିଞ୍ଚନ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଖାସ୍ କରି ମାର୍କେଟ ଅଂଚଳରେ 3ରୁ 4 ଘଣ୍ଟା ଏକ ସ୍ୱତନ୍ତ୍ର ଗାଡିରେ ପାଣି ସିଞ୍ଚନ କରିବାକୁ ନିର୍ଦେଶ ଦିଆଯାଇଛି ।

 ବିଏମ୍ ସି ଅଂଚଳରେ ଥିବା କେବଳ ଧର୍ମାନୁଷ୍ଠାନଗୁଡିକୁ ଛାଡି, ହୋଟେଲ, ଢାବା, ବିଦ୍ୟାଳୟ, କଲ୍ୟାଣ ମଣ୍ଡପ ଏବଂ ପିକନିକ୍ ସ୍ଥଳଗୁଡିକରେ ଯେପରି କୋଇଲା କିମ୍ବା କାଠ ଚୂଲା ବ୍ୟବହାର ନ କରନ୍ତି, ସେଥିପ୍ରତି ସତର୍କ ନିଜର ରଖିବାକୁ କୁହାଯାଇଛି । କାଠ କିମ୍ବା କୋଇଲା ଚୂଲା ବ୍ୟବହାର କଲେ, ସଂପୃକ୍ତ ସଂସ୍ଥାଗୁଡିକୁ ବନ୍ଦ କରିଦିଆଯିବ ।

 ବସ୍ ଡିପୋ, ଷ୍ଟାଣ୍ଡ ଓ ରହଣିସ୍ଥଳଗୁଡିକରେ କ୍ରୁଟ୍ ପାଣି ସିଞ୍ଚନ କରିବା ସହ ବସଗୁଡିକୁ ଦୈନିକ ଧୋଇବା ପାଇଁ ନିର୍ଦେଶ ଦିଆଯାଇଛି ।

 ଖୋଲା ସ୍ଥାନରେ କେହି ବର୍ଜ୍ୟରେ ନିଆଁ ଜାଳିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି ।

 ମଧ୍ୟାହ୍ନ ଭୋଜନରେ କାଠ ବଦଳରେ ଗ୍ୟାସ୍ ବ୍ୟବହାର କରିବା ପାଇଁ ସିଟି ଏଜୁକେସନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।

 ବଣ ଭୋଜି ସ୍ଥାନଗୁଡିକରେ ଯେପରି କେହି କାଠ କିମ୍ବା କୋଇଲା ଚୂଲା ବ୍ୟବହାହର ନ କରନ୍ତି, ସେ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ସହ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି ।

 ଇଡକୋ ରାସ୍ତାରେ ନିୟମିତ ପାଣି ସିଞ୍ଚନ କରିବା ସହ ଧୁଳି ଉଡୁଥିବା ରାସ୍ତାଗୁଡିକୁ ତୁରନ୍ତ ନିର୍ମାଣ କରିବା ପାଇଁ ନିର୍ଦେଶ ଦିଆଯାଇଛି ।

 ବଡ ବିଲଡିଂ ପ୍ଲାନ ଅନୁମୋଦନ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ପ୍ଲାନିଂ ଉପବିଭାଗକୁ କଡାକଡି ନିର୍ଦେଶ ଦିଆଯାଇଛି ।

 ଗୃହ ଭଗ୍ନାବଶେଷ ପରିବହନ ପାଇଁ ନିୟୋଜିକ ଗାଡିକୁ ଭଲଭାବେ ଘୋଡାଇ ନେବାକୁ କୁହାଯାଇଛି।

 ନିର୍ମାଣ କ୍ଷେତ୍ରକୁ ପ୍ରବେଶ କିମ୍ବା ପ୍ରସ୍ଥାନ କରିବା ପୂର୍ବରୁ ବଡଗାଡିଗୁଡିକୁ ଭଲ ଭାବେ ଧୋଇବା ପାଇଁ ନିର୍ଦେଶ ଦିଆଯାଇଛି ।

 ନିର୍ମାଣାଧିନ ସ୍ଥାନକୁ ଭଲ ଭାବେ ଘୋଡାଇ ରଖିବା ଦରକାର, ଯାହା ଫଳରେ ସେ ଭିତରୁ ଧୂଳି ଯେପରି ବାୟୁମଣ୍ଡଳକୁ ଯାଇ ନପାରେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଏହି ନିୟମର ଉଲ୍ଲଘଂନ କଲେ, ତାଙ୍କର ପ୍ଲାନ ଅନୁମୋଦନ ବାତିଲ କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *

Back to top button