ରାଜ୍ୟ

କୃଷକ ଙ୍କ ଉଦ୍ଦେଶ୍ୟରେ ପାଳନ ହେଲା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୬

ମୟୁରଭଞ୍ଜ:- ସତରେ କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । ଆଜି ଚାଷୀ ପାଇଁ ଆମେ ସମସ୍ତେ ଦାନା ପାଇବାର ସୌଭାଗ୍ୟ ଲାଭ କରୁଛେ । ସେଇ ଚାଷୀ ଙ୍କ ପାଇଁ ପାଳନ ହୋଇ ଯାଇଛି ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ । ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ଦ୍ଵାରା କୃଷି ଓ କୃଷକର ଉନ୍ନତି ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀ ଜଳକୁ ଚାଷୀମାନଙ୍କୁ ଚାଷ ଉପଯୋଗୀ କରିବା ପରିପ୍ରେକ୍ଷୀରେ ସରକାର ସୁବର୍ଣ୍ଣରେଖା ନଦୀରେ ବନ୍ଧ ନିର୍ମାଣ କରି କେନାଲ ମାଧ୍ୟମରେ ଚାଷୀ ମାନଙ୍କୁ ଜଳଯୋଗାଣ କରିବା ପାଇଁ କୋଟିକୋଟି ଟଙ୍କା ବିନିମୟ ରେ ବୃହତ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏ ପରିପ୍ରେକ୍ଷୀରେ ସାରସକଣା ବ୍ଲକ ଅଧିନସ୍ଥ ଧାଙ୍ଗୁଡ଼ିଶୋଳ ପଞ୍ଚାୟତର ଧାଙ୍ଗୁଡ଼ିଶୋଳ ଠାରେ ସୁବର୍ଣ୍ଣ ରେଖା ଜଳସେଚନ ବିଭାଗ, ଡିଭିଜନ -୧ କାର୍ଯ୍ୟାଳୟ ସ୍ଥାପନ କରି ମୁଖ୍ୟ କେନାଲ ମାଧ୍ୟମରେ ଅଞ୍ଚଳର ଚାଷୀମାନଙ୍କୁ ଜଳଯୋଗାଣ କରୁଛନ୍ତି। ସରକାରଙ୍କ ଘୋଷିତ ପାଣି ପଞ୍ଚାୟତ ମାନ ଗଠନ କରାଯାଇ ଜଳଯୋଗାଣ କାର୍ଯ୍ୟ ସମ୍ପାଦନା କରା ଯାଉଛି।

ସରକାରଙ୍କ ଘୋଷିତ ଜାନୁୟାରୀ ୬ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ପଞ୍ଚାୟତ ପାଣିପକ୍ଷ ଅବସରରେ ଗତକାଲି ୬ତାରିଖ ମଙ୍ଗଳବାର ଦିବା ୧୨ ଘଟିକା ସମୟରେ ଧାଙ୍ଗୁଡ଼ିଶୋଳ ସୁବର୍ଣ୍ଣରେଖା ଜଳସେଚନ ଡିଭିଜନ କର୍ଯ୍ୟାଲୟ ପରିସରରେ ଏସ . ଇ. – ସୁରେଶ ବେହେରା ଙ୍କ ତତ୍ୱାବଧାନ ରେ ପରିଚାଳିତ ପାଣିପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାଏକ, ମୁଖ୍ୟବକ୍ତା ଭାବେ କୁଳିଅଣା ବି. ଡି.ଓ – ଜିତେନ୍ଦ୍ର ମୂର୍ମୁ, ସମ୍ମାନିତ ଅତିଥି ରୂପେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଲଲାଟେନ୍ଦୁ ସି ଓ ବେତନଟୀ ଜଳ ବିଭାଜନ ଅଧିକ୍ଷକ ମାନସ କୁମାର ମାଝୀ ପ୍ରମୁଖ ମଞ୍ଚାଶିନ ଥିଲେ। ଏଥିରେ ଏସ. ଇ . ସୁରେଶ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥଲେ। ଉକ୍ତ ଡିଭିଜନ ଅଧୀନ ରେ ଥିବା ମୋଟ ୧୯ ଗଟି ପାଣି ପଞ୍ଚାୟତର ସଭାପତି , ସମ୍ପାଦକ, କୋଷାଧ୍ୟକ୍ଷ ଙ୍କ ସହିତ ଶତାଧିକ ଚାଷୀ ଉପ ସ୍ଥିତ ଥାଇ ପ୍ରତ୍ୟେକ ପାଣି ପଞ୍ଚାୟତର ଚାଷୀ ସେମାନଙ୍କ ର ଚାଷ ସମୟର ଜଳ ର ଅଭାବନିୟ କୁ ଉପସ୍ଥାପନ କରି ସେଗୁଡିକ ର ପ୍ରତିକାର କରିବା ନିମନ୍ତେ ସୁବନ୍ଦୋବସ୍ତ କରିବା କୁ ନେଇ ଉଚ୍ଚପଦସ୍ଥ ଅଧିକାରି ଙ୍କ ନିକଟ ରେ ଦାବି କରିଥଲେ।

Leave a Reply

Your email address will not be published. Required fields are marked *

Back to top button