ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗୋଟି ଚାଳନା : ଯାଜପୁର ରାଜନୀତିରେ ଭୂକମ୍ପନ, ଭୁଷୁଡୁଛି ଯାଜପୁର ବିଜେଡି ସଂଗଠନ

ଯାଜପୁର ଜିଲ୍ଲାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ। ବହୁ ଆଗଧାଡ଼ିର ବିଜେଡି କର୍ମୀ ଓ ଜନପ୍ରତିନିଧି ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟି ରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଶୁକ୍ରବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏହି ଯୋଗଦାନ ସମ୍ପନ୍ନ ହୋଇଛି।
ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ତଥା କୋରେଇ ନିର୍ବାଚନମଣ୍ଡଳୀ ୩ନଂ ଜୋନ୍ର ଜିଲ୍ଲାପରିଷଦ ନଳିନୀପ୍ରଭା ଜେନା, ବଡ଼ଚଣା ନିର୍ବାଚନମଣ୍ଡଳୀ ୧୭ନଂ ଜୋନ୍ର ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ସମେତ ମୋଟ ୧୮ଜଣ ଜିଲ୍ଲାପରିଷଦ ସଦସ୍ୟ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଏହା ସହ ଯାଜପୁରର ପୂର୍ବତନ ସାଂସଦ ରିତା ତରାଇ ଏବଂ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଶତାଧିକ କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ୩୬ ଆସନ ବିଶିଷ୍ଟ ଯାଜପୁର ଜିଲ୍ଲାପରିଷଦରେ ୧୮ଜଣ ସଦସ୍ୟଙ୍କ ଦଳବଦଳ ପରେ ଅଧ୍ୟକ୍ଷପଦ ବିଜେପି ହାତକୁ ଯିବା ପ୍ରାୟ ନିଶ୍ଚିତ ହୋଇଛି ଏହାକୁ ଜିଲ୍ଲା ରାଜନୀତିରେ ବଡ଼ ଝଟକା। ଏହି ମିଶ୍ରଣ ପର୍ବରେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ ସହ ଅନେକ ବିଜେପି ନେତା ଉପସ୍ଥିତ ଥିଲେ।
ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍ଡିଏର ସରକାର ଅଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୨ବର୍ଷ ହେବ ଅତି ନିଷ୍ଠାର ସହ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସାରା ବିଶ୍ୱ ଆଜି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱକୁ ଗ୍ରହଣ କରିଛି । ଓଡ଼ିଶାବାସୀଙ୍କ ସହଯୋଗରେ ରାଜ୍ୟରେ ବିଜେପି ସରକାର ୧୭ ମାସ ପୂରଣ କରିଛି । ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ଦିନରୁ ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ବିଜେପି ପୂରଣ କରିସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ବଢ଼ିଚାଲିଛି ।




