ଭୁବନେଶ୍ୱର ଦୁର୍ଗାପୂଜା ଓ ତୋରଣ – Sahana Mela
[ad_1]
ଆଶ୍ଵିନ ମାସରେ ଧରାପୃଷ୍ଠକୁ ଆଗମନ କରିଥାନ୍ତି ମା’ଦୁର୍ଗା I ଶରତର ହିମ କାକର ପବନ ସହିତ କାଶତଣ୍ଡୀ ଫୁଲ ସମ୍ଭାର ଧରା ପୃଷ୍ଠକୁ ମା’ଙ୍କ ଆଗମନ ପାଇଁ ହସି ହସି ସ୍ୱାଗତ ଜଣାଇ ଥାନ୍ତି I ମୂଳାଷ୍ଟମୀ ପର ଠାରୁ ପୀଠ ମାନଙ୍କରେ ମା’ଙ୍କର ଷୋଡଦିନାତ୍ମକ ବା ଷୋଳପୂଜା ଆରମ୍ଭ ହୋଇଥାଏ I ସେହିପରି ମହାଳୟା ପର ଠାରୁ ମା’ଙ୍କର ନବରାତ୍ରୀ ପୂଜା ଆରମ୍ଭ ହୁଏ I ମୃଣ୍ମୟୀ ମୂର୍ତ୍ତିଙ୍କର ପୂଜା ବିଶେଷକରି ଷଷ୍ଠୀ ଠାରୁ ଆରମ୍ଭ ହୋଇ ଦଶମୀରେ ସରିଥାଏ I
ଓଡ଼ିଶାରେ ୧୨ ବର୍ଷରେ ୧୩ ପର୍ବ ଭିତରେ ସବୁଠାରୁ ବଡ଼ ପୂଜା ହୋଇଥାଏ ଦୁର୍ଗାପୂଜା I ୫ ଦିନ ଧରି ଦୁର୍ଗାପୂଜାକୁ ବଡ଼ ଧୁମ ଧାମରେ ପାଳନ କରାଯାଇଥାଏ I ପୂଜା ପୂର୍ବରୁ ଚାରିଆଡେ ଭକ୍ତିମୟ ପରିବେଶ ସହିତ ସହର ବଜାର ଚଳଚଞ୍ଚଳ ହୋଇଯାଏ I ଦୁର୍ଗାପୂଜା ପାଇଁ ବିଭିନ୍ନ ସହରରେ ସୁଉଚ୍ଚ ତୋରଣ ସହିତ ଖୁବ ଆକର୍ଷଣୀୟ ଲାଇଟ ସାଜସଜ୍ଜା କରାଯାଇଥାଏ I ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା କମିଟି ମାନଙ୍କ ପକ୍ଷରୁ ପୂଜାମଣ୍ଡପ ଓ ତୋରଣକୁ ଭିନ୍ନ ଭିନ୍ନ ଥିମରେ ପ୍ରସ୍ତୁତ କରାଯାଏ । ସେହିପରି ଚଳିତ ବର୍ଷ ଭୁବନେଶ୍ୱରରେ କୁଶଳୀ କାରିଗରୀଙ୍କ ଦ୍ୱାରା ଆଖି ଝଲସାଇ ଦେବା ଭଳି ହୋଇଛି ସୁସଜ୍ଜିତ ତୋରଣ ।
ବମିଖାଲ
ଭୁବନେଶ୍ୱରର ବମିଖାଲରେ ଏଥର ଶୋଭା ପାଉଛି ହସ୍ତିନାପୁର ରାଜ ପ୍ରସାଦ । ଏହି ଦୁର୍ଗାପୂଜା ମଣ୍ଡପଟିର ଉଚ୍ଚତା ୭୫ ପୁଟ ହେବ ବୋଲି ଆକଳନ କରାଯାଉଛି । ସେହିଭଳି ଏହାର ମୋଟେଇ ୧୨୦ ଫୁଟ । ଏହି ମଣ୍ଡପଟି ପ୍ରସ୍ତୁତ କରିବା ପାଇଁ କମିଟିର ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଚଳିତବର୍ଷ ପ୍ରଥମଥର ପାଇଁ ମା’ଙ୍କୁ ସାତ କେଜିର ଏକ ରୂପାର ମୁକୁଟ ପିନ୍ଧାଯିବ । ଏଠାରେ ଅଷ୍ଟମୀ ଓ ଦଶମୀରେ ପାଖାପାଖି ୨୦୦ ଭକ୍ତଙ୍କ ପାଇଁ ରନ୍ଧା ପ୍ରସାଦର ବ୍ୟବସ୍ଥା ମଧ୍ୟ ରହିଥାଏ । ଚଳିତ ଥର ଏହି ମଣ୍ଡପ ୬୦ ବର୍ଷ ପୂରଣ କରିବ, ତେଣୁ ବେଶ୍ ଜାକଜକମରେ ଚଳିତ ପୂଜାକୁ ପାଳିବାକୁ ଯୋଜନା କରାଯାଇଥିବା ପୂଜା କମିଟି ପ୍ରକାଶ କରିଛି ।
ଝାରପଡା
ଭୁବନେଶ୍ୱରର ଅନ୍ୟ ସ୍ଥାନଭଳି ଝାରପଡାରେ ମଧ୍ୟ ଅନନ୍ୟ ତୋରଣ ଶୋଭା ପାଇଥାଏ । ଏଠାରେ ଚଳିତ ବର୍ଷ ସବୁ ବର୍ଷ ଭଳି ଖୁବ ସୁନ୍ଦର ତୋରଣ ଶୋଭା ପାଇବ । ପେଣ୍ଡାଲର ଉଚ୍ଚତା ୮୫ ଫୁଟ ଥିବାବେଳେ ଓସାର ୧୫୦ଫୁଟ । ଏହି ମଣ୍ଡପରେ ମା’ଙ୍କ ୧୨ ଫୁଟର ମୂର୍ତ୍ତି ପୂଜା ପାଇବେ । ମା’ଙ୍କୁ ଏଥର ବିଭିନ୍ନ ରୂପା ଅଳଙ୍କାରରେ ସଜା ଯିବ । ତେବେ ଏହି ମଣ୍ଡପଟି ଚଳିତର ଥର ଏହାର ୧୩ତମ ଦୁର୍ଗାପୂଜା ପାଳନ କରୁଛି । ଚଳିତଥର କମିଟି ପକ୍ଷରୁ ମଣ୍ଡପରେ ବିଭିନ୍ନ ପୌରାଣିକ ଚରିତ୍ରଙ୍କୁ ସ୍ଥାନ ଦିଆଯାଇଛି । ପ୍ରତିବର୍ଷ ଏଠାରେ ମା’ଙ୍କ ଦର୍ଶନ ପାଇଁ ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଯମିଥାଏ । ଖୁବ ଧୁମଧାମରେ ଏଠାରେ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ ।
ରସୁଲଗଡ
ରସୁଲଗଡ ପୂଜା କମିଟିର ପୂଜା ପେଣ୍ଡାଲ ଦେଖିବାକୁ ସାରା ଓଡ଼ିଶାରୁ ଲୋକଙ୍କର ସମାଗମ ହୋଇଥାଏ । ଏଟାର ପେଣ୍ଡାଲ ସବୁବେଳେ ଆର୍କଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ଚଳିତଥର ମଧ୍ୟ ସବୁବର୍ଷ ପରି ଏଠାକାର ପେଣ୍ଡାଲ ମୁଖ୍ୟ ଆକର୍ଷଣ ସାଜିଛି । ଚଳିତ ବର୍ଷ ଏହାର ଥିମ ରହିଛି ତାଇୱାନ୍ର ବୁଦ୍ଧ ମନ୍ଦିର । ଏହି ଥିମ୍ଟି ବେଶ ୟୁନିକ୍ ହୋଇଥିବାରୁ ଲୋକମାନେ ଏହାକୁ ଖୁବ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି । ଏହି ବର୍ଷ ରସୁଲଗଡ ପୂଜା ମଣ୍ଡପ ତାର ୩୦ ବର୍ଷ ପାଳନ କରୁଛି । ଏଠାରେ ମା’ଙ୍କ ମୂର୍ତ୍ତି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥାଏ । ପଣ୍ଡାଲ ଉଚ୍ଚତା ୬୫ ଫୁଟ ଲମ୍ବା ଓ ୧୨୦ ଫୁଟ ଓସାରିଆ ହୋଇଛି । ଚଳିତଥର ବେଶ୍ କ୍ରିଏଟିଭ୍ ଲୁକ୍ରେ ଏହି ପେଣ୍ଡାଲକୁ ସଜାଯାଇଛି, ଯାହା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବ ବୋଲି କମିଟି ଆଶା ରଖିଛନ୍ତି । ଏହାକୁ ତିଆରି କରିବାରେ ପାଖାପାଖି ୩୫ ଲକ୍ଷର ବଜେଟ୍ ଫିକ୍ସ କରାଯାଇଛି ।
ନୟାପଲ୍ଲୀ
ଦୁର୍ଗା ହେଉଛନ୍ତି ନାରୀଶକ୍ତିର ପରିଚୟ । ଚଳିତଥର ନୟାପଲ୍ଲୀରେ ନାରୀଶକ୍ତିକୁ ଦୁର୍ଗାପୂଜା ମଣ୍ଡପରେ ସଜାଯାଇଛି । ପଣ୍ଡାଲରେ ନାରୀ ସଶକ୍ତିକରଣର ବିଭିନ୍ନ ପୋଷ୍ଟରକୁ ସାଜସଜ୍ଜାରେ ବ୍ୟବହାର କରାଯାଇଛି । ଏହାସହ ମୋତି ମହଲକୁ ତୋରଣରେ ସଜାଯାଇ ମା’ଙ୍କୁ ଉପାସନା କରାଯାଉଛି । ପେଣ୍ଡାଲର ଉଚ୍ଚତା ୮୫ଫୁଟ ହୋଇଥିବାବେଳେ ଏହାର ମୋଟେଇ ୧୨୦ ଫୁଟ ରହିଛି । ଏହି ପେଣ୍ଡାଲକୁ ପ୍ରସ୍ତୁତ କରିବା ପାଇଁ ସାରା ଓଡ଼ିଶାରୁ ବିଭିନ୍ନ କାରିଗର କାର୍ଯ୍ୟରେ ଲାଗିଛନ୍ତି । ଚଳିତ ପୂଜାକୁ ୟୁନିକ୍ କରିବାକୁ ୧୦୦ଜଣ ଝିଅ ଭଲ୍ୟୁଣ୍ଟରଙ୍କୁ ପୂଜାରେ ସାହାଯ୍ୟ ପାଇଁ ନିୟୋଜିତ କରାଯାଇଛି । ସେହିଭଳି ମା’ଙ୍କ ମୂର୍ତ୍ତି ୧୫ ଫୁଟର କରାଯାଇଛି । ଚଳିତଥର ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଜମିବ ବୋଲି କମିଟି ସଦସ୍ୟ ଆଶା ରଖିଛନ୍ତି ।
ବରମୁଣ୍ଡା
ଚଳିତଥର ଭୁବନେଶ୍ୱରର ବରମୁଣ୍ଡାର ପୂଜା ପେଣ୍ଡାଲ ବେଶ୍ ଆକର୍ଷଣୀୟ ହୋଇଛି ଏଠାରେ ଥାଇଲାଣ୍ଡର ବୁଦ୍ଧ ମନ୍ଦିରକୁ ତୋରଣ ମାଧ୍ୟମରେ ସଜାଯାଇଛି । ପେଣ୍ଡାଲ ଉଚ୍ଚତା ୧୨୦ ଫୁଟ ଓ ୬୫ଫୁଟ ରହିଛି । ସେହିଭଳି ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୪ ଫୁଟ ରହିଥିବାବେଳେ ମାଆଙ୍କୁ ରୂପI ଓ ସୁନାର ଗହଣାରେ ସଜାଯାଇଛି ।
ସହିଦନଗର
ଭୁବନେଶ୍ୱର ପୂଜା ମଣ୍ଡପ ଭିତରେ ସହିଦ ନଗର ପୂଜା ମଣ୍ଡପର କ୍ରେଜ ଢେର ଅଧିକ । ଏଠାରେ ସବୁ ସ୍ଥାନ ଅପେକ୍ଷା ବେଶ୍ ନିଆରା ହୋଇଥାଏ । ଚଳିତ ବର୍ଷ ମଧ୍ୟ ଏଠାରେ ଖୁବ ସୁନ୍ଦର ଧଳା ରଙ୍ଗର ତୋରଣ ପ୍ରସ୍ତୁତ କରାଯାଇଛି । ଏଥର ମା’ଙ୍କର ପ୍ରତିମା ପ୍ରତିମୂର୍ତ୍ତି ୧୨ ଫୁଟର ହୋଇଥିବାବେଳେ ସୁନା ରୂପାର ଗହଣାରେ ସଜେଇ ହୋଇଛନ୍ତି । ସେହିପରି ପେଣ୍ଡାଲର ଉଚ୍ଚତା ୮୫ପୁଟ ଓ ଓସାର ୧୨୦ ଫୁଟ ରହିଛି ।

[ad_2]