ମନୋରଞ୍ଜନ

ବିଜୟଙ୍କଦାମ୍ପତ୍ୟ ଜୀବନରେ ଝଡ଼: ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ୍ ଙ୍କ ଛାଡ଼ପତ୍ର ଆବେଦନ

ଚେନ୍ନାଇ: ତାମିଲ ସୁପରଷ୍ଟାର ଏବଂ ଟିଭିକେ ଦଳର ମୁଖ୍ୟ ଥଳପତି ବିଜୟଙ୍କ ବ୍ୟକ୍ତିଗତ ଜୀବନରେ ଏବେ ଚର୍ଚ୍ଚାର ଝଡ଼। ଦୀର୍ଘ ୨୭ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି ବୋଲି ସୂଚନା ମିଳିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ୍ ଚେନଗଲାପଟ୍ଟୁ ପାରିବାରିକ ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ ତାରିଖରେ ହେବାକୁ ଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ଆସିନାହିଁ।

ଖବର ଅନୁଯାୟୀ, ସଙ୍ଗୀତା ବିଜୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବା କୁହାଯାଉଛି। ଅନ୍ୟ ଜଣେ ଅଭିନେତ୍ରୀ ସହିତ ପରକୀୟା ସମ୍ପର୍କ ଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ଘଟଣା ତାମିଲ ଫିଲ୍ମ ଜଗତ ସହିତ ରାଜନୈତିକ ମଞ୍ଚରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ବିଜୟ ଓ ସଙ୍ଗୀତା ୧୯୯୯ ମସିହା ଅଗଷ୍ଟ ୨୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତାଙ୍କର ଦୁଇ ସନ୍ତାନ ଅଛନ୍ତି— ପୁଅ ସଞ୍ଜୟ ଓ ଝିଅ ଦିବ୍ୟା।

୨୦୧୪ ମସିହାରେ ବିଜୟ ନିଜ ରାଜନୈତିକ ଦଳ ଟିଭିକେ ଗଠନ କରିଥିଲେ। ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଅଭିନୟରୁ ଅବସର ନେବା ଓ ପୂର୍ଣ୍ଣକାଳୀନ ରାଜନୀତିରେ ପ୍ରବେଶ କରିବା ନିଷ୍ପତ୍ତି ଘୋଷଣା କରିଥିଲେ। ତାଙ୍କ ଚଳଚ୍ଚିତ୍ର ଜନ ନାୟାଗନର ଅଡିଓ ଲଞ୍ଚ ଅବସରରେ ସେ ଏହି ଘୋଷଣା କରିଥିଲେ।

ବିଜୟଙ୍କ ରାଜନୈତିକ ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି ପାରିବାରିକ ଘଟଣା ନୂତନ ଚର୍ଚ୍ଚା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Back to top button