ଅପରାଧ

ପୁରୀ ଅବକାରୀ ବିଭାଗର ଚଢାଉ: ୧୭୪ ଗ୍ରାମ ବ୍ରାଉନ ସୁଗାର ସହ ବେପାରୀ ଗିରଫ

ପୁରୀ: ପୁରୀ ଜିଲ୍ଲାରେ ଅବକାରୀ ବିଭାଗ ବ୍ରାଉନ ସୁଗାର ବେପାର ବିରୋଧରେ ବଡ଼ ସଫଳତା ହାସଲ କରିଛି। ଚଢାଉ କରି ୧୭ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ହେଲେ ବ୍ରହ୍ମଗିରି ଅଞ୍ଚଳର ଅଭିମନ୍ୟୁ ଭୂୟାଁ। ତାଙ୍କ ଠାରୁ ଅବକାରୀ ବିଭାଗ ୧୭୪ ଗ୍ରାମ ବ୍ରାଉନ ସୁଗାର, ୨ ହଜାର ଟଙ୍କା ନଗଦ ଓ ଗୋଟିଏ ସ୍କୁଟି ଜବତ କରିଛି।

ସୂଚନା ଅନୁସାରେ, ବ୍ରହ୍ମଗିରି ରେବଣା ନୂଆଗାଁ ମେଡିକାଲ ନିକଟରେ ଅଭିମନ୍ୟୁ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଥିଲା। ଘଟଣାସ୍ଥଳରୁ ତାଙ୍କୁ ଧରି ମାଲସାମାନ ଜବତ କରାଯାଇଛି।

ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button