ଦେଶ- ବିଦେଶ

୧୧ ଘଣ୍ଟାରେ ପହଁରି ପହଁରି ଶ୍ରୀଲଙ୍କାରୁ ଯାଇ ଭାରତରେ ପହଞ୍ଚିଲେ ଦମ୍ପତି

ଶ୍ରୀଲଙ୍କାରୁ ଭାରତ ପର୍ଯ୍ୟନ୍ତ ରାମ ସେତୁ ଦେଇ ପାଣିରେ ପହଁରି ପହଁରି ଆସିଲେ ଦମ୍ପତ୍ତି । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଆସିବା ସମ୍ଭବ ନୁହେଁ । ହେଲେ ଏହାକୁ ସମ୍ଭବ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଆଇଟି ପ୍ରଫେସନାଲ୍ ଦାନିଶ ଆବ୍ଦି ଏବଂ ଭ୍ରୁଶାଲି ପ୍ରସାଦେ  । ୧୧ ଘଣ୍ଟାରେ ୩୨ କିଲୋମିଟରର ରାସ୍ତାକୁ ଅତିକ୍ରମ କରି ଇତିହାସ ସୃଷ୍ଟି କରିଛନ୍ତି ଏହି ଦମ୍ପତ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରଲ ହେବାରେ ଲାଗିଛି ।

ମେ ୭ତାରିଖରେ ଦୁହେଁ ଶ୍ରୀଲଙ୍କାର ତଲାଇମନ୍ନାରରୁ ସକାଳ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଯାତ୍ରା ଆରମ୍ଭ କରିଥିଲେ ଏବଂ ଅପରାହ୍ଣ ପ୍ରାୟ ୩ଟା ୧୫ ମିନିଟ୍ ସମୟରେ ତାମିଲନାଡୁର ଧନୁଷକୋଡିରେ ପହଞ୍ଚିଥିଲେ । ସେମାନେ ୩୨ କିଲୋମିଟରର ଯାତ୍ରାକୁ ୧୦ ଘଣ୍ଟା ୪୫ ମିନିଟରେ ସମାପ୍ତ କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହି ଭାଇରଲ ହୋଇଥିବା ଏହି ଭିଡିଓରେ ଦୁହେଁ ପ୍ରବଳ ପାଣିର ସ୍ରୋତରେ ପହଁରୁଥିବା ଦେଖିବାକୁ ମିଳିଥିଲା । ପବନ ସେମାନଙ୍କୁ ଗୋଟିଏ ଦିଗରୁ ଆଉ ଏକ ଦିଗକୁ ନେଇଯାଉଥିଲା ହେଲେ ସେମାନେ ଆଗକୁ ବଢି ଚାଲିଥିଲେ । ଶେଷରେ ସେମାନେ ଭାରତୀୟ ଉପକୂଳରେ ପହଞ୍ଚିବାରେ ସଫଳ ହୋଇଥିଲେ । ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିଲା । ଯେଉଁଥିରେ ସହାୟକ ଡଙ୍ଗା, ପାରାମେଡିକ୍ସ ଏବଂ ଭାରତୀୟ ତଟରକ୍ଷୀ ବାହିନୀର କର୍ମଚାରୀ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *

Back to top button