ସ୍ୱାସ୍ଥ୍ୟ

ଡେଙ୍ଗୁ ରୋଗୀଙ୍କୁ ଦିଅନ୍ତୁ ନାହିଁ ଏହି ୫ଟି ଖାଦ୍ୟ, ନହଲେ କମିପାରେ ରକ୍ତକଣିକା – Sahana Mela

[ad_1]

ନୂଆଦିଲ୍ଲୀ: ଚାରିଆଡେ ଏବେ ଡେଙ୍ଗୁ ଆତଙ୍କ । ଦେଶର ରାଜଧାନୀ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ, ହରିୟାଣା ସମେତ ଅନେକ ରାଜ୍ୟରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହି ଜ୍ବରରେ କେତେକଙ୍କ ଜୀବନ ମଧ୍ୟ ଗଲାଣି । ଯାହାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରକାର ଭୟ ଦେଖାଦେଇଛି ।

ତେବେ ଡେଙ୍ଗୁ ଜ୍ବର ଏଡିସ ମଶା କାମୁଡିବା ଦ୍ବାରା ହେଉଥିବାବେଳେ, ଏହି ଜ୍ବର ହେବା ୟୋଗୁଁ ରୋଗୀର ଶରୀରରେ ରକ୍ତକଣିକା(ପ୍ଲେଟ୍‌ଲେଟ୍) କମିଯାଇଥାଏ । ଏହି ଜ୍ବର ହେଲେ ମୁଣ୍ଡ ବିନ୍ଧା, ବାନ୍ତି, ମାଂସପେଶୀ ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା ଓ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଚର୍ମ ରୋଗ ହୋଇଥାଏ ।

ରୋଗ ସମୟରେ ଖାଦ୍ୟପଦାର୍ଥ ମଧ୍ୟ ବିଶେଷ ମହତ୍ତ୍ବ ରଖେ । ଖାଦ୍ୟରେ ଯଦି କିଛି ଗଡବଡ ହୁଏ ତେବେ ରୋଗ କମିବା ବଦଳେ ଆହୁରି ବଢିଯାଇଥାଏ । ତେଣୁ ଡେଙ୍ଗୁ ରୋଗୀମାନେ ଏପରି କିଛି ଖାଦ୍ୟ ଖାଇବାରୁ ଦୂରେଇ ରହିବା ଉଚିତ ଯାହା ଦ୍ବାରା ସେମାନେ ଶୀଘ୍ର ଆରୋଗ୍ୟ ହୋଇପାରିବେ ଏବଂ ସେମାନେ ଅନ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ।

ଡେଙ୍ଗୁ ରୋଗୀଙ୍କୁ ଦିଅନ୍ତୁ ନାହିଁ ଏହିସବୁ ଖାଦ୍ୟ…

ଡେଙ୍ଗୁ ହେଲେ ରୋଗୀର ହଜମ ପ୍ରକ୍ରିୟା ଦୁର୍ବଳ ହୋଇଯାଏ। ଏପରି ପରିସ୍ଥିତିରେ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ଉଚିତ କାରଣ ଏହା ହଜମ ପ୍ରକ୍ରିୟାରେ ଅଧିକ କ୍ଷତି ଘଟାଇଥାଏ। ଖାଲିସେତିକି ନୁହେଁ ରୋଗୀର ଶରୀରରେ ରକ୍ତ କଣିକା ମଧ୍ୟ କମିଯାଇଥାଏ ।

କଫି ଏବଂ ଚା’ରେ କୈଫିନ୍ ଥାଏ ଯାହା ଦ୍ବାରା ଡିହାଇଡ୍ରେସନ ହୋଇପାରେ । ଡେଙ୍ଗୁରେ ରୋଗୀର ଡିହାଇଡ୍ରେସନ୍ ସମସ୍ୟା ହୋଇପାରେ, ତେଣୁ ସେମାନଙ୍କୁ ଏହା ଦେବା ଅନୁଚିତ।

ମଦ୍ୟପାନ ମଧ୍ୟ ଡିହାଇଡ୍ରେସନ୍ ର କାରଣ ହୋଇପାରେ । ତେଣୁ ଡେଙ୍ଗୁ ସମୟରେ ମଦ୍ୟପାନ କରିବା ଅନୁଚିତ୍ ।

ଏହି ଜ୍ବର ସମୟରେ ରୋଗୀର ପେଟରେ ଜନ୍ତ୍ରଣା ଅନୁଭବ ହୋଇଥାଏ ତେଣୁ ଏହି ସମୟରେ ରୋଗୀକୁ ଗରମ ଓ ତେଲଯୁକ୍ତ ଖାଦ୍ୟରୁ ଦୂରେଇ ରଖିବା ଉଚିତ୍ ।
ଡେଙ୍ଗୁରେ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ଏପରି ପରିସ୍ଥିତିରେ, ଆମିଷ ଖାଇବା ବିପଦଜନକ ହୋଇପାରେ ।

[ad_2]

Leave a Reply

Your email address will not be published. Required fields are marked *

Back to top button