ଦେଶ- ବିଦେଶ

NEET-UG 2026 ପରୀକ୍ଷା ପେପର୍ ଲିକ୍ ମାମଲାରେ FIR ରୁଜୁ, ଏକାଧିକ ସ୍ଥାନରେ CBIର ଚଢ଼ାଉ !

NEET-UG 2026 ପରୀକ୍ଷା ପେପର୍ ଲିକ୍ ମାମଲାରେ CBIର FIR ରୁଜୁ ।  ଏକାଧିକ ସ୍ଥାନରେ CBIର ଚଢ଼ାଉ !  ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ଏବଂ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ କେନ୍ଦ୍ର ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ଲିଖିତ ଅଭିଯୋଗ ଆଧାରରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) FIR ରୁଜୁ କରିଛି ।  CBI ପକ୍ଷରୁ ରୁଜୁ FIR ରେ ଅପରାଧିକ ଷଡ଼ଯନ୍ତ୍ର ଦଫାଧାରା ୬୧ଯେତେବେଳେ ଦୁଇ ବା ଏକାଧିକ ବ୍ୟକ୍ତି ମିଶି କୌଣସି ବେଆଇନ କାମ କରିବା ପାଇଁ ଯୋଜନା କରିଥିବା ଅଭିଯୋଗ ।

ଅପରାଧ ଲୁଚାଇବା ପାଇଁ ବା ଅପରାଧୀକୁ ରକ୍ଷା କରିବା ପାଇଁ ଜାଣିଶୁଣି ପ୍ରମାଣ ନଷ୍ଟ କରିବା ଭଳିସଂଘାତିକ ଦଫା ଲଗାଯାଇଛି ।  ଅପରାଧିକ ଷଡ଼ଯନ୍ତ୍ର ଓ ଠକେଇ ପାଇଁ ଭାରତୀୟ ନ୍ୟାୟ ସଂହିତା ଦଫା ଓ ସରକାରୀ ସ୍ତରରେ କୌଣସି ସଲାସୁତୁରା ଥିଲେ ତାର ଯାଞ୍ଚ ପାଇଁ ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି ।  ନୂତନ ଭାବେ ଲାଗୁ ହୋଇଥିବା ସର୍ବସାଧାରଣ ପରୀକ୍ଷା ଅଧିନିୟମ – ୨୦୨୪ ଆଇନ ବଳରେ ପରୀକ୍ଷାରେ ଜାଲିଆତି କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।  ସଂବେଦନଶୀଳ ମାମଲାର ତଦନ୍ତ ପାଇଁ CBI ର ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।  ଏହି ଟିମ୍ ଗୁଡ଼ିକ ଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରି ସେଠାରେ ଛାନଭିନ କରିଛି ।  ପେପର୍ ଲିକ୍ ର ଚେର କେଉଁଠି ଓ ଏଥିରେ କେଉଁ ମାଫିଆଙ୍କ ହାତ ରହିଛି, ତାହା ଉପରେ ଏବେ ତୀକ୍ଷ୍ଣ ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *

Back to top button