ରାଜନୀତି

ଛତିଶଗଡ ବିଧାନସଭା ନିର୍ବାଚନ: କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକାରେ ୩ ଓଡ଼ିଆ  – Sahana Mela

[ad_1]


ରାୟପୁର:ଛତିଶଗଡରେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି ୩ ଓଡ଼ିଆ  । ସମସ୍ତ ତାରକା ପ୍ରଚାରକଙ୍କ ତାଲିକା ଆଜି ଦଳ ପକ୍ଷରୁ ପ୍ରକାଶ ପାଇଛି । ଏହି ତାଲିକାରେ ୪୦ ଜଣ ତାରକା ପ୍ରଚାର ରହିଛନ୍ତି ।

ପାଖେଇ ଆସୁଛି ଛତିଶଗଡ ବିଧାନସଭା ନିର୍ବାଚନ । ପ୍ରଚାର ଜୋରଦାର ଚାଲିଛି । ରାଜ୍ୟରେ ୨ଟି ପର୍ଯ୍ୟାୟରେ ମତଦାନ କରାଯିବ । ନଭେମ୍ବର ୭ ଏବଂ ନଭେମ୍ବର ୧୭ ତାରିଖ ଦୁଇଦିନ ଭୋଟ ଗ୍ରହଣ ରହିଛି । ଭୋଟ ଗଣତି ଡିସେମ୍ବର ୩ ତାରିଖ କରାଯିବ ।

ଇତିମଧ୍ୟରେ କଂଗ୍ରେସ ତାର ୪୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରକାଶ କରିସାରିଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ୍ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଧୀର ରଞ୍ଜନ ଚୌଧୁରୀ, ଭୂପେଶ ବଘେଲ ପ୍ରମୁଖ ଅଛନ୍ତି ।

ବଡ କଥା ହେଉଛି  ବିଧାନସଭା ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ଚୂଡାନ୍ତ ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ ଓଡିଶାର ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ରହିଛନ୍ତି। ସେହିପରି ଓଡ଼ିଶାର ଆଉ ଦୁଇଜଣଙ୍କ ନାମ ମଧ୍ୟ  ଉକ୍ତ ତାଲିକାରେ ସ୍ଥାନ ପାଇଛି। ବିହାର ରାଜ୍ୟ ପ୍ରଭାରୀ ଭକ୍ତ ଚରଣ ଦାଶ ଓ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକାଙ୍କ ନାମ ମଧ୍ୟ ଉକ୍ତ ତାରକା ପ୍ରଚାରକ ତାଲିକାରେ ସ୍ଥାନ ପାଇଛି।

ସେହିପରି ବିଜେପିର ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ରହିଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button