ରାଜ୍ୟ

ମାଛ ନେବାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ମାଡ଼, ଆହତ ଯୁବକ ମେଡିକାଲରେ ଭର୍ତ୍ତି

ମାଛ ନେବାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଯୁବକଙ୍କୁ ମାଡ଼ । ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ପଞ୍ଚାୟତର ଖଜୁରିଆ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆହତ ଯୁବକ ବିଭୁତି ପରିଡାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଗାଁ ପୋଖରୀରୁ ମାଛ ଧରାହୋଇ ବଣ୍ଟା ଚାଲିଥିଲା । ବିଭୁତି ପରିଡ଼ାଙ୍କ ପାଳି ଆସିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ମାଛ ଦିଆଯାଇଥିଲା । ତେବେ ନମ୍ବର ନ ଥାଇ କଣ ପାଇଁ ତାଙ୍କୁ ମାଛ ଦିଆଗଲା ବୋଲି ବିଭୁତି ପ୍ରଶ୍ନ କରିଥିଲେ । ଏଥିରେ ଉତକ୍ଷିକ୍ତ ହୋଇ ଯୁବକ ଜରକ ବିଭୁତିଙ୍କୁ ମାଡ଼ ମାରି ଚାଲିଥିଲେ । ବିଭୁତିଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନାଚୁଣୀ ଥାନାରେ ଉଭୟଙ୍କ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ନାଚୁଣୀ ଥାନା ପୋଲିସ ।

Leave a Reply

Your email address will not be published. Required fields are marked *

Back to top button