ମନୋରଞ୍ଜନ
ମୁମ୍ବାଇ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ‘ଜଙ୍ଗଲ କନ୍ୟା’

ଓଡ଼ିଆ ଫିଲ୍ମ ‘ଜଙ୍ଗଲ କନ୍ୟା’ ଜାତୀୟ ସ୍ତର ଉତ୍ସବରେ ପ୍ରଦର୍ଶିତ ହେବ । ମୁମ୍ବାଇ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ହେଉଛି ଦେଶର ସର୍ବପୁରାତନ ଚଳଚ୍ଚିତ୍ର ଉତ୍ସବ । ଏହି ଉତ୍ସବରେ ଜଙ୍ଗଲ କନ୍ୟା ପ୍ରଦର୍ଶିତ ହେବ ବୋଲି ଏହାର ନିର୍ମାତା ସୂଚନା ଦେଇଛନ୍ତି । ଅନେକ ପୁରସ୍କାର ଲାଭ କରିଥିବା ସନ୍ତୋଷ ପଣ୍ଡା ଏହି ଫିଲ୍ମ ନିର୍ମାଣ କରିଛନ୍ତି । ଏନଡିଏଫସି ଓ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟର ମିଳିତ ସହଯୋଗରେ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲର ଆୟୋଜନ କରାଯାଉଛି । ଏହାର ଅଣଫିଚର ଫିଲ୍ମ ବର୍ଗ ପାଇଁ ଜଙ୍ଗଲ କନ୍ୟା ମନୋନୀତ ହୋଇଛି ।




