ରାଜ୍ୟ

ଏଏସଆଇ ଆଲିଶ ଲୁଗୁନଙ୍କ ମୃତ୍ୟୁ , ଆସିଲା ପୋଷ୍ଟମ ମଟମ ରିପୋଟ – Sahana Mela

[ad_1]

ରାଉରକେଲା : ଏଏସଆଇ ଆଲିସ ଲୁଗୁନଙ୍କ ମୃତ l ତାଙ୍କର ମୃତ ଘଟିଥିବା ଜଣା ପଡିଛି l ରାଉରକେଲା ଜିଲ୍ଲା ଅଞ୍ଚଳର ବୋଲି ଜଣାପଡିଛି l
ସୂଚନାନୁସାରେ , ଏଏସଆଇ ଆଲିସ ଲୁଗୁନଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହେଲା। ଅତ୍ୟଧିକ ଉତ୍ତେଜନା କାରଣରୁ ହୋଇଛି ମୃତ୍ୟୁ। କୌଣସି ଆକ୍ରମଣ ହୋଇନାହିଁ। ଶରୀରରେ କୌଣସି କ୍ଷଚଚିହ୍ନ ନାହିଁ। ଏହା ହତ୍ୟା ଘଟଣା ନୁହେଁ ବୋଲି ଵ୍ୟଵଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇ ଟିମ ଅଫ ଡକ୍ଟର ମୃତଦେହ ବ୍ୟବଚ୍ଛେଦ କରିଛନ୍ତି । ଵ୍ୟଵଛେଦ ରିପୋର୍ଟ ଏମ୍ସ ହସ୍ପିଟାଲ ପଠାଯାଇଥିଲା। ଉଦିତନଗର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ। ଶଵ ଵ୍ୟଵଛେଦ ରିପୋର୍ଟ ଆସିବା ପରେ ଉଦିତନଗର ଥାନାରେ ରୁଜ୍ଜୁ ହୋଇଥିବା ହତ୍ୟା ମାମଲା ୩୦୨ ଦଫା ରହିଵ ନାହିଁ। ଡ୍ୟୁଟି ସମୟରେ ପୋଲିସ ଏଏସଆଇଙ୍କୁ ବିରୋଧ କରିଥିବା ଦଫା ଲାଗିଵ। ଯେଉଁମାନେ ଗଣ୍ଡଗୋଳ କରିଥିଲେ ସମସ୍ତଙ୍କୁ ଧରାଯିଵ। ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି । ଗତ ଅକ୍ଟୋବର ଏକ ତାରିଖରେ ପୋଲିସ ଏଏସଆଇ ଆଲିସ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଉଦିତନଗର ଥାନାରେ ହତ୍ୟା ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ସ୍ବଛତା ଓ ନିରପେକ୍ଷତାର ସହ ତଦନ୍ତ ଜାରି ରଖିଛି ବୋଲି ସୂଚନାମିଳିଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button