ମନୋରଞ୍ଜନ

ଅସୁସ୍ଥ ଅବସ୍ଥାରେ ଲୋକପ୍ରିୟ ସିଙ୍ଗର ସୋନୁ ନିଗମ, ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ କଲେ ଖୁଲାସା

ବଲିଉଡର ଲୋକପ୍ରିୟ ସିଙ୍ଗର ସୋନୁ ନିଗମ ନିକଟରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଅଛି ବୋଲି ସେ ଖୁଲାସା କରିଛନ୍ତି । କଷ୍ଟ ହେବା ସତ୍ତ୍ବେ ମଧ୍ୟ ସେ ତାଙ୍କ ପ୍ରଫେସନାଲ ପ୍ରତିବନ୍ଧକତାକୁ ଭୁଲି ନାହାଁନ୍ତି ।

ସୋନୁ ନିଗମ ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରିବା ସହ ମୁମ୍ବାଇରେ ହେବାକୁ ଥିବା ଲାଇଭ୍ ପରଫରମାନ୍ସ ପୂର୍ବରୁ ନିଜର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ କହିଛନ୍ତି । ସୋନୁ କହିଛନ୍ତି ଯେ, ପିନଚ୍ଡ ନର୍ଭସ (ପିଚିଂ ସ୍ନାୟୁ) ରେ ପୀଡ଼ିତ ଅଛନ୍ତି । ସମସ୍ୟାକୁ ଜାଣିବା ପାଇଁ ଗତ କିଛି ସପ୍ତାହ ଧରି ତାଙ୍କର ମେଡ଼ିକାଲ ଟେଷ୍ଟ କରାଯାଇଛି ।

ସୋନୁ ନିଗମ ନିଜର ସ୍ବାସ୍ଥ୍ୟାବସ୍ଥା ବିଷୟରେ କହିଛନ୍ତି ଯେ, ମୋର ସ୍ନାୟୁରେ ଆଘାତ ଲାଗିଛି । ମୁଁ ଗୋଟିଏ ସପ୍ତାହ ହେବ MRI ଏବଂ CT କରାଇଛନ୍ତି ଏବଂ ଅନେକ ଔଷଧ ଖାଉଛନ୍ତି ।  ଏଥିସହ ସେ ତାଙ୍କର ଯନ୍ତ୍ରଣାଦାୟକ ଫିଜିଓଥେରାପିର କଷ୍ଟ ବିଷୟରେ ମଧ୍ୟ କହିଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଫିଜିଓଥେରାପି ବହୁତ ଯନ୍ତ୍ରଣାଦାୟକ ଥିଲା । ମୁଁ ବର୍ତ୍ତମାନ ପେନକିଲର ଖାଉଛି ଏବଂ ଗଳାରେ ଯନ୍ତ୍ରଣା ହେଉଛି । ଯନ୍ତ୍ରଣା ସତ୍ତ୍ବେ ଆଗାମୀ କନସର୍ଟ ଶୋକୁ ବାତିଲ କରିନାହାଁନ୍ତି ବୋଲି ସୋନୁ ସ୍ପଷ୍ଟ କରିଛନ୍ତି । ବହୁତ ଦିନ ପରେ ଷ୍ଟେଜ୍ ଶୋ କରିବାକୁ ଯାଉଛନ୍ତି ଏବଂ ପ୍ରଦର୍ଶନ ମଧ୍ୟ କରିବେ । ସେ ଏହା ମଧ୍ୟ ପ୍ରକାଶ କରିଥିଲେ ଯେ, ତାଙ୍କ ମାଂସପେଶୀକୁ ଆରାମ ଦେବା ପାଇଁ ତାଙ୍କୁ ଯେଉଁ ଔଷଧ ଦିଆଯାଇଥିଲା । ଯାହା ତାଙ୍କ ଗଳାକୁ ପ୍ରଭାବିତ କରିଥିଲା । ଲାଇଭ ଶୋ ପୂର୍ବରୁ ଜଣେ ସିଙ୍ଗର ପାଇଁ କଣ୍ଠ କର୍କଶ ହେବା ବଡ଼ ଚିନ୍ତାର କାରଣ ହୋଇଥାଏ । ଯେକୌଣସି ପରିସ୍ଥିତିରେ ମଧ୍ୟ ସେ ପରଫରମାନ୍ସ କରିବେ ବୋଲି ସୋନୁ ନିଗମ ଆଶ୍ବସନା ଦେଇଛନ୍ତି ।

ସେପଟେ ସୋନୁ ନିଗମଙ୍କ ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ତାଙ୍କ ଆରୋଗ୍ୟ କାମନା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ ପରଫରମାନ୍ସକୁ ଜାରି ରଖିବା ପାଇଁ ସୋନୁ ନିଗମଙ୍କୁ ଫ୍ୟାନ୍ସ ଉତ୍ସାହିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Back to top button