ଅପରାଧ

ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୬ ମାସ ପରେ ଅଭିଯୁକ୍ତ ସ୍ୱାମୀ ଗିରଫ – Sahana Mela

[ad_1]


ଭୁବନେଶ୍ୱର: ସତ୍ୟନଗର କୋଚିଂୟାର୍ଡରେ ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ମିଳିବା ଘଟଣାରେ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ। ଘଟଣାର ୬ ମାସ ପରେ ଅଭିଯୁକ୍ତ ସ୍ୱାମୀକୁ ସୁରତରୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର-ଧାନବାଦ ଏକ୍ସପ୍ରେସର ଏକ ଶୌଚାଳୟରୁ ମହିଳାଙ୍କର ମୃତଦେହ ଉଦ୍ଧାର କରିଥିଲା ଜିଆରପି।

ଦୀର୍ଘ ଦିନ ଧରି ମହିଳାଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ପୋଷ୍ଟର ଲଗାଇଲା ଜିଆରପି। ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଜିଆରପି ସବୁ ପ୍ରକାର ଉଦ୍ୟମ କରିଥିଲେ ହେଁ ଶେଷରେ ସତ୍ୟନଗର ଶ୍ମସାନରେ ଶେଷକୃତ୍ୟ ହୋଇଥିଲା। ଅଧିକ ଅନୁସନ୍ଧାନ ପାଇଁ ମୃତଦେହ ଦାହ ହେବା ପୂର୍ବରୁ ମହିଳାଙ୍କ ହାଡ଼, ଚୁଟି ଓ ପୋଷାକର ଫଟୋ ଉଠାଇ ରଖିଥିଲା ପୋଲିସ। ତେବେ ଦୀର୍ଘ ଦିନର ତଦନ୍ତ ପରେ ଆଜି ପୋଲିସକୁ ମିଳିଲା ସଫଳ।

ଅଭିଯୁକ୍ତକୁ ସୁରତରୁ ଗିରଫ କରି ଓଡ଼ିଶା ଆଣୁଛି ଜିଆର୍‌ପି। ପୋଲିସର ପ୍ରାଥମିକ ସୂଚନା ଅନୁସାରେ ଅଭିଯୁକ୍ତର ଦ୍ୱିତୀୟ ସ୍ତ୍ରୀ ଥିଲା ମୃତ ମହିଳା। ଅଭିଯୁକ୍ତକୁ ଓଡ଼ିଶା ଅଣାଯିବା ପରେ ଅଧିକ ପଚରାଉଚୁରା କରାଯିବ ଏବଂ ଖୋଲିବ ହତ୍ୟାର ଗୁମର।



[ad_2]

Leave a Reply

Your email address will not be published. Required fields are marked *

Back to top button