Kuldeep in Yorkshire CCC : ଟିମରେ ହେଲେ ଅଣଦେଖା, ଏବେ କାଉଣ୍ଟି କ୍ରିକେଟ ଖେଳିବେ ଟିମ୍ ଇଣ୍ଡିଆର ଚାଇନା ମ୍ୟାନ୍

ବିଶ୍ବର ନଂ ୧ ଟିମ୍ ଇଣ୍ଡିଆ ଏବେ ଲଗାତାର ୩ଟି ସିରିଜ ହାରିଛି । ଆୟରଲାଣ୍ଡ ବିପକ୍ଷରେ ଟି୨୦ ସିରିଜକୁ ୦-୨ରେ ହାରିବା ପରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜକୁ ୦-୪ରେ ହାରିଥିଲା । ସେହିପରି ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ମଧ୍ୟ ହାରିଛି ଟିମ୍ ଇଣ୍ଡିଆ । ଭାରତର ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ନିକଟରେ ଇଂଲଣ୍ଡ ଗସ୍ତରେ ଖେଳାଯାଇଥିବା ୩ ମ୍ୟାଚର ଦିନିକିଆ ସିରିଜରେ ପ୍ଲେଇଂ ୧୧ର ସାମିଲ କରାଯାଇନଥିଲା । ଯେଉଁଥିଲାଗି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶୁବମନ ଗିଲ ସମାଲୋଚନାର ଶିକାର ହୋଇଥିଲେ । ଏବେ ଟିମ୍ ଇଣ୍ଡିଆରୁ ଲଗାତାର ଭାବେ ଅଣଦେଖା ହେଉଥିବା କୁଲଦୀପଙ୍କୁ ଇଂଲଣ୍ଡର କାଉଣ୍ଟିଂ ଟିମ୍ ୟର୍କଶାୟର ପାଇଁ ଖେଳିବେ । ଏହାକୁ ନେଇ କ୍ଲବ ପକ୍ଷରୁ ଅଫିସିଆଲ ଘୋଷଣା କରାଯାଇଛି ।
ଟିମ୍ ଇଣ୍ଡିଆକୁ ୨୩ଜୁଲାଇରୁ ଜିମ୍ବାଓ୍ବେ ଗସ୍ତରେ ୩ ମ୍ୟାଚର ଟି-୨୦ ସିରିଜ ଖେଳିବାକୁ ରହିଛି । ଏହି ସିରିଜରେ କୁଲଦୀପ ଭାରତୀୟ ସ୍କ୍ବାର୍ଡ଼ରେ ସାମିଲ ନାହାନ୍ତି । ତେଣୁ କୁଲଦୀପ ଇଂଲଣ୍ଡର କାଉଣ୍ଟିଂ ଟିମ୍ ୟର୍କଶାୟର ପାଇଁ ଖେଳିବେ । ୟର୍କଶାୟର ଲାଗି କେତେ ମ୍ୟାଚ୍ ଖେଳିବେ ଏବଂ ସେ କ୍ଲବ ଲାଗି ପ୍ରଥମ ମ୍ୟାଚ କେବେ ଖେଳିବେ । ୟର୍କଶାୟର ଏକ ରିଲିଜ ଜାରି କରି କୁଲଦୀପଙ୍କୁ ନିଜ ସହ ଯୋଡ଼ିବାର ସୂଚନା ଦେଇଛି । ଏଥିରେ କୁହାଯାଇଛି, ୩୧ ବର୍ଷୀୟ ଭାରତୀୟ ସ୍ପିନର ଓ୍ବାନଡେ କପର ୫ମ୍ୟାଚ୍ ଲାଗି ଉପଲବ୍ଧ ରହିବେ ଏବଂ ଏହାପରେ ସେପ୍ଟେମ୍ବରରେ କାଉଣ୍ଟିଂ ଚାମ୍ପିୟନଶିପର ଶେଷ ୪ରୁ ୩ ମ୍ୟାଚ ଲାଗି ହେଡିଂଲେ ଫେରିବେ । ୟର୍କଶାୟରକୁ ଓ୍ବାନଡେ କପର ଆଗାମୀ ମୁକାବିଲା ଶୁକ୍ରବାର ଗ୍ଲେମାର୍ଗନ ବିପକ୍ଷରେ ଖେଳିବାରେ ଅଛି । କୁଲଦୀପ ଏହି ମ୍ୟାଚରେ ଟିମ୍ ଲାଗି ଉପଲବ୍ଧ ରହିବେ ।
ଏହାକୁ ନେଇ କୁଲଦୀପ କହିଛନ୍ତି, ୟର୍କଶାୟର ସହ ଯୋଡ଼ି ହୋଇ ମୁଁ ବହୁତ ଖୁସି ଏବଂ ଏହି ସୁଯୋଗ ଲାଗି ମୁଁ କୃତଜ୍ଞ । ୟର୍କଶାୟରର ପ୍ରତିନିଧିତ୍ବ କରିବା ମୋ ଳାଗି ସମ୍ମାନର କଥା । ମୁଁ ଏଥିପାଇଁ ବହୁତ ଉତ୍ସାହିତ ରହିଛି । ଆଉ ଆଶା କରୁଛି କି, ନିଜର ପ୍ରଦର୍ଶନରେ ଟିମ ସଫଳତାରେ ଯୋଗଦାନ ଦେବି ।
କୁଲଦୀପ ଯାଦବ ୨୪ ଜୁଲାଇରୁ ଅଗଷ୍ଟ ୨ ତାରିଖ ଯାଏଁ ୟର୍କଶାୟର ପାଇଁ ଦିନିକିଆ ମ୍ୟାଚ ଖେଳିବେ । ଏହାପରେ ଭାରତ ଦୁଇଟି ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ । ଏଥିରେ କୁଲଦୀପ ସାମିଲ ହେବେ । ଏହାପରେ ଶ୍ରୀଲଙ୍କା ଟୁର ଶେଷ ହେବା ପରେ ପୁଣିଥରେ ୟର୍କଶାୟରରେ ଖେଳିବା ପାଇଁ ଇଂଲଣ୍ଡ ଫେରିବେ । ଶେଷରେ ୩ ଟି ମ୍ୟାଚ ଖେଳିବେ । କୁଲଦୀପ ମୋଟ ୧୮ଟି ଟେଷ୍ଟ ମ୍ୟାଚ ଖେଳି ୭୯ ୱିକେଟ ନେଇଛନ୍ତି । ୧୨୧ ଦିନିକିଆ ଇଣ୍ଟରନ୍ୟାସନାଲ ମ୍ୟାଚରେ ୧୯୪ ୱିକେଟ ନେଇଛନ୍ତି । କୁଲଦୀପ ୫୪ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ୯୫ ୱିକେଟ ନେଇଛନ୍ତି ।




