ଖେଳ ଖବର

Commonwealth Games 2026 : ଜାଭେଲିନରେ ଭାରତକୁ ଡବଲ୍ ଧମାକା, ନୀରଜଙ୍କୁ ରୌପ୍ୟ, ଯଶବୀରଙ୍କୁ ବ୍ରୋଞ୍ଜ

ଗ୍ଲାସଗୋରେ ଚାଲିଥିବା କମନୱେଲ୍ଥ ଗେମ୍ସରେ ଜାଭେଲିନରେ ଭାରତକୁ ଡବଲ୍ ଧମାକା । ନୀରଜ ଚୋପ୍ରାଙ୍କୁ ରୌପ୍ୟ, ଯଶବୀର ସିଂହଙ୍କୁ କାଂସ୍ୟ ପଦକ ମିଳିଛି । ନୀରଜ ଚୋପ୍ରାଙ୍କ ଦ୍ୱିତୀୟ କମନୱେଲ୍ଥ ପଦକ ଶେଷ ପ୍ରୟାସରେ ବାଜି ମାରିଲେ ଯଶବୀର ସିଂହ । ନୀରଜଙ୍କ ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଡେବ୍ୟୁରେ କାଂସ୍ୟ ଜିତିଲେ ଯଶବୀର ।

ସ୍କଟଲ୍ୟାଣ୍ଡର ସ୍କଟସ୍ଟାଉନ୍ ଷ୍ଟାଡିୟମରେ ଅନୁଷ୍ଠିତ କମନୱେଲ୍ଥ ଗେମ୍ସ ୨୦୨୬ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଭାରତ ଐତିହାସିକ ସଫଳତା ହାସଲ କରିଛି । ଅଲିମ୍ପିକ ଓ ବିଶ୍ୱ ଚାମ୍ପିଅନ୍ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ, କମନୱେଲ୍ଥରେ ପ୍ରଥମ ଥର ଖେଳୁଥିବା ଯଶବୀର ସିଂହ କାଂସ୍ୟ ପଦକ ଜିତି ଭାରତକୁ ଐତିହାସିକ ଡବଲ୍ ପୋଡିୟମ୍ ସଫଳତା ଦେଇଛନ୍ତି ।

ଶ୍ରୀଲଙ୍କାର ବିଶ୍ୱ ନମ୍ବର-୧ ରୁମେଶ ଥାରାଙ୍ଗା ପଥିରାଗେ ୮୯.୭୫ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପାଞ୍ଚଟି ପ୍ରୟାସ ଫାଉଲ୍ ହେବା ପରେ ଶେଷ ପ୍ରୟାସରେ ସ୍ବର୍ଣ୍ଣ ଜିତିଥିଲେ । ନୀରଜ ଚୋପ୍ରା ୮୫.୮୩ ମିଟର ଫିଙ୍ଗି ଚଳିତ ସିଜନର ଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିଲେ । ଏହା କମନୱେଲ୍ଥ ଗେମ୍ସରେ ତାଙ୍କର ଦ୍ୱିତୀୟ ପଦକ । ଯଶବୀର ସିଂହ ଶେଷ ପ୍ରୟାସରେ ୮୫.୪୧ ମିଟର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି କାଂସ୍ୟ ପଦକ ନିଶ୍ଚିତ କରିଥିଲେ । ଏହି ସଫଳତା ସହ କମନୱେଲ୍ଥ ଗେମ୍ସ ଇତିହାସରେ ପୁରୁଷ ଜାଭେଲିନ୍ ବିଭାଗରେ ପ୍ରଥମ ଥର ପାଇଁ ଭାରତ ଏକାସାଙ୍ଗରେ ଦୁଇଟି ପଦକ ଜିତିଛି ।

Leave a Reply

Your email address will not be published. Required fields are marked *

Back to top button