ଜ୍ୟୋତିଷ

Rahu Nakshatra Gochar: କାଲି ଧନିଷ୍ଠା ନକ୍ଷେତ୍ରରେ ପ୍ରବେଶ କରିବେ ରାହୁ, ଏହି ୩ ରାଶି ହୋଇଯାଆନ୍ତୁ ସାବଧାନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଭ୍ରମାତ୍ମକ, ତୀବ୍ର ଏବଂ ଛାୟାର ଗ୍ରହ ବୋଲି ମନାଯାଏ । ରାହୁଙ୍କ ଗତି କିମ୍ବା ନକ୍ଷେତ୍ର ପରିବର୍ତ୍ତନ ବ୍ୟକ୍ତିଙ୍କ ଜୀବନରେ ପ୍ରଭାବ ପକାଇଥାଏ । ରାହୁଙ୍କ ହଠାତ୍ ପରିବର୍ତ୍ତନ ମାନିସିକ ଅଶାନ୍ତି ଏବଂ ଅପ୍ରତ୍ୟାଶିତ ଭଳି ଘଟଣା ସାମ୍ନାକୁ ଆଣିଥାଏ । ଦ୍ରିକ ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ ରାହୁ ନିଜ ନକ୍ଷେତ୍ର ଶତଭିଷାରୁ ମଙ୍ଗଳ ଦ୍ବାରା ଶାସିତ ଧନିଷ୍ଠ ନକ୍ଷେତ୍ରରେ ପ୍ରବେଶ କରିବେ । ଅଗ୍ନି ଉପାଦାନ, ଉଗ୍ରତା ଏବଂ ସାହସର ସୂଚକ ଭାବରେ ବିବେଚନା କରାଯାଉଥିବା ମଙ୍ଗଳ ଗ୍ରହ ହେଉଛି ଧନିଷ୍ଠର ଶାସକ ଗ୍ରହ । ଏପରି ସ୍ଥିତିରେ ନକ୍ଷେତ୍ରରେ ରାହୁଙ୍କ ପ୍ରବେଶ କିଛି ରାଶିଙ୍କ ପାଇଁ ସତର୍କତାର ସମୟ ଆଣିଥାଇପାରେ । ବିଶେଷ କରି ଏହି ୩ଟି ରାଶିର ବ୍ୟକ୍ତିଙ୍କୁ ଏହି ଗୋଚର ସମୟରେ ଆର୍ଥିକ, ମାନସିକ ଏବଂ କ୍ୟାରିୟର କ୍ଷେତ୍ରରେ ସତର୍କ ରହିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଅଗଷ୍ଟ ୨ ତାରିଖରୁ କେଉଁ ତିନୋଟି ରାଶି ଅଧିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ସେମାନେ କ’ଣ ସତର୍କତା ଅବଲମ୍ବନ କରିବା ଉଚିତ ।

ବୃଷ ରାଶି: ଏହି ରାଶିର ଲୋକଙ୍କ ପାଇଁ ରାହୁଙ୍କ ଗୋଚର ସେମାନଙ୍କ କାମ ଓ ଆର୍ଥିକ କ୍ଷେତ୍ରରେ ଉତ୍ଥାନ-ପତନ ଆଣିପାରେ । କାର୍ଯ୍ୟକ୍ଷେତ୍ରରେ କିମ୍ବା ବ୍ୟବସାୟ କ୍ଷେତ୍ରରେ ସହକର୍ମୀ କିମ୍ବା ଅଂଶୀଦାରଙ୍କ ସହିତ ହଠାତ୍ ମତଭେଦ ଦେଖାଦେଇପାରେ । ଅଯଥା ଖର୍ଚ୍ଚ ବଢିପାରେ । ଯୁକ୍ତିତର୍କ ହେଉଥିବା ସ୍ଥାନଠାରୁ ଦୂରେଇ ରୁହନ୍ତୁ । ଆର୍ଥିକ କାରବାର ପାଇଁ ଉପଯୁକ୍ତ ଡକ୍ୟୁମେଣ୍ଟେସନ୍ ନିଶ୍ଚିତ କରନ୍ତୁ ଏବଂ ସତର୍କତାର ସହ ବିଚାର ନକରି ବଡ଼ ନିବେଶ କରିବାରୁ ଦୂରେଇ ରୁହନ୍ତୁ ।

ସିଂହ ରାଶି: ଏହି ରାଶିର ବ୍ୟକ୍ତିମାନେ ପାରିବାରିକ ଜୀବନ ଏବଂ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ମଙ୍ଗଳ ନକ୍ଷେତ୍ରରେ ରାହୁଙ୍କ ପ୍ରଭାବ ଆପଣଙ୍କ ଚିଡିଚିଡାପଣ କିମ୍ବା ରାଗ ବଢିପାରେ । ଫଳରେ ଆପଣଙ୍କ ଜୀବନସାଥୀ କିମ୍ବା ପରିବାର ସଦସ୍ୟଙ୍କ ସହିତ ଉତ୍ତେଜନା ତେଜିପାରେ। ତେଣୁ ରାଗ ଏବଂ ଆପଣଙ୍କ ବାଣୀ ଉପରେ ସଞ୍ଜମତା ରକ୍ଷା କରନ୍ତୁ । ଗାଡ଼ି ଚଲାଇବା ସମୟରେ ବିଶେଷ ସତର୍କ ରୁହନ୍ତୁ ଏବଂ କୌଣସି ପାରିବାରିକ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ ।

ବିଛା ରାଶି : ଏହି ରାଶିର ଲୋକଙ୍କ ପାଇଁ ରାହୁଙ୍କ ଧନୁଷ୍ଠା ନକ୍ଷେତ୍ରରେ ପ୍ରବେଶ ସେମାନଙ୍କ କ୍ୟାରିଅର ଏବଂ ମାନସିକ ଶାନ୍ତିରେ ବାଧା ସୃଷ୍ଟି କରିପାରେ । କଠିନ ପରିଶ୍ରମ ସତ୍ତ୍ୱେ, ଇଚ୍ଛିତ ଫଳାଫଳ ବିଳମ୍ବ ହୋଇପାରେ । ଯାହା ମାନସିକ ଚାପ ଏବଂ ଚିନ୍ତାର କାରଣ ହୋଇପାରେ । ଗୁପ୍ତ ଶତ୍ରୁ କିମ୍ବା ବିରୋଧୀ ଆପଣଙ୍କୁ କ୍ଷତି ପହଞ୍ଚାଇବା ଚେଷ୍ଟା କରିପାରନ୍ତି । ଗରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟକୁ କାହାକୁ ସେୟାର କରନ୍ତୁ ନାହିଁ । ଏହି ସମୟରେ ଧର୍ଯ୍ୟ ରଖନ୍ତୁ ।

ରାହୁଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ହେଲେ କିଛି ଉପଚାର ଆପଣାଇବା ଜରୁରୀ ।

ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା କିମ୍ବା ବଜରଙ୍ଗ ବାଣ ପାଠ କରନ୍ତୁ । ମଙ୍ଗଳ ନକ୍ଷତ୍ରରେ ରାହୁଙ୍କ ଭ୍ରମଣ ହେତୁ ହନୁମାନଙ୍କ ପୂଜା କରିବା ଦ୍ୱାରା ସର୍ବୋତ୍ତମ ଫଳ ମିଳିବ । ପ୍ରତିଦିନ ତମ୍ବା ପାତ୍ରରେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରି ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ । ଏହା ସହିତ ଶନିବାର ଦିନ କଳା ତେଲ କିମ୍ବା ସାତ ପ୍ରକାରର ଶସ୍ୟକୁ ଗରିବ ଲୋକଙ୍କୁ ଦାନ କରନ୍ତୁ । ପ୍ରତିଦିନ ୧୦୮ ଥର ଓମ୍ ରାଣ ରହବେ ନମଃ ମନ୍ତ୍ର ମଧ୍ୟ ଜପ କରନ୍ତୁ ।

Leave a Reply

Your email address will not be published. Required fields are marked *

Back to top button