Free Netflix Subscription : ଫ୍ଲିପକାର୍ଟରୁ ସପିଂ କରନ୍ତୁ, ବିନା ପଇସାରେ ନେଟଫ୍ଲିକ୍ସ ସବସ୍କ୍ରିପସନ ପାଆନ୍ତୁ

ବିନା ପଇସାରେ ନେଟଫ୍ଲିକ୍ସର ମଜା ନେବାକୁ ଚାହୁଁଥିଲେ, ଆପଣଙ୍କ ପାଇଁ ଖୁସି ଖବର । ଫ୍ଲିପକାର୍ଟ ନେଟଫ୍ଲିକ୍ସ ସହଭାଗିତାରେ ନୂଆ ପ୍ଲାନ ମିଳିବ । ଯେଉଁଥିରେ ମାଗଣା ମଜା ନେଇପାରିବେ ୟୁଜର୍ସ । ଯେଉଁମାନେ ଫ୍ଲିପକାର୍ଟର ପ୍ଲସ ମେମ୍ବର ରହିଛନ୍ତି, ସେମାନଙ୍କୁ ପ୍ରତି ମାସରେ ମାଗଣା ନେଟଫ୍ଲିକ୍ସ ମୋବାଇଲ ପ୍ଲାନ୍ ମିଳିବ । ଏହି ଅଫରର ଫାଇଦା ଉଠାଇବା ପାଇଁ ଅଲଗା ନେଟଫ୍ଲିକ୍ସ ସବସ୍କ୍ରିପସନ କିଣିବାକୁ ଦରକାର ପଡ଼ିବ ନାହିଁ । ଗ୍ରାହକ କେବଳ ମାସକରେ ୨୯୯ ଟଙ୍କା କିମ୍ବା ତା’ ଠାରୁ କମ୍ ଦାମରେ ୪ଟି ଅର୍ଡର ପୂରଣ କରିବାକୁ ହେବ । ଏହି ସୁବିଧା ଅଗଷ୍ଟ ୧ ତାରିଖରୁ ଲାଗୁ ହୋଇଛି ।
ଫ୍ଲିପକାର୍ଟ ଏବଂ ନେଟଫ୍ଲିକ୍ସ ନୂଆ ପାଟର୍ନରସିପ ଅଧିନରେ ଫ୍ଲିପକାର୍ଟ ପ୍ଲସ୍ ମେମ୍ବରକୁ ଏବେ ନେଟଫ୍ଲିକ୍ସ ମୋବାଇଲ ପ୍ଲାନର ଫାଇଦା ମିଳିବ । ଏଥିପାଇଁ ଗ୍ରାହକଙ୍କୁ ଗୋଟିଏ ମାସରେ ଅତିକମରେ ୨୯୯ ଟଙ୍କା କିମ୍ବା ଏହାଠାରୁ ଅଧିକ ଦାମ୍ ଥିବା ୪ଟି ଯୋଗ୍ୟ ଅର୍ଡର କରିବାକୁ ହେବ । ଫ୍ଲିପକାର୍ଟ, ଫ୍ଲିପକାର୍ଟ ଗ୍ରୋସରୀ, ଫ୍ଲିପକାଟର୍ ମିନଟସ ଜରିଆରେ ଅର୍ଡର କରିପାରିବେ । ଆପଣଙ୍କର ୪ ନମ୍ବର ଅର୍ଡର ପୂରଣ ହେବା ପରେ ଗ୍ରାହକଙ୍କୁ ଆଗାମୀ ୩୦ ଦିନ ପାଇଁ ନେଟଫ୍ଲିକ୍ସ ମୋବାଇଲ ପ୍ଲାନ ମିଳିବ ।
ନେଟଫ୍ଲିକ୍ସ ମୋବାଇଲ ପ୍ଲାନକୁ ଫ୍ଲିପକାର୍ଟ ଆପ୍ ଭିତରେ ଆକ୍ଟିଭେଟ କରାଯିବ । ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ୩୦ ଦିନ ଅବଧି ପୂରଣ ହେବା ପରେ ଆଗାମୀ ମାସରେ ପୁଣି ସୁବିଧାର ଲାଭ ନେବା ପାଇଁ ଆଉଥରେ ୪ଟି ଯୋଗ୍ୟ ଅର୍ଡର କରିବାକୁ ହେବ । ଯେଉଁ ଗ୍ରାହକ ଏଯାଏଁ ଫ୍ଲିଟକାର୍ଟ ପ୍ଲସର ଗ୍ରାହକ ନୁହନ୍ତି, ସେ ବର୍ଷକ ଭିତରେ ୧୫ଟି ଅର୍ଡର ପୂରଣ କରି ବିନା କୌଣସି ଅତିରିକ୍ତ ଶୁଳ୍କରେ ଏହାର ମେମ୍ବରସିପ ହାସଲ କରିପାରିବେ ।
କମ୍ପାନୀ ମୁତାବକ, ଏହି ପାର୍ଟନରସିପର ମୂଳ ଲକ୍ଷ୍ୟ ସପିଂ ରିୱାର୍ଡ ଏବଂ ଡିଜିଟାଲ ଏଣ୍ଟରନେଟମେଣ୍ଟ ସହିତ ଯୋଡି ହୋଇ ରହିବା । ଫ୍ଲିପକାଟ୍ କହିବା ମୁତାବକ, ଅନେକ ଗ୍ରାହକ ପ୍ରତ୍ୟେକ ମାସରେ ଗ୍ରୋସରୀ, ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଜିନିଷ ଏବଂ କ୍ବିକ୍ କମର୍ସରେ ଅନେକ ଜିନିଷ ଅର୍ଡର କରୁଛନ୍ତି । ଆଉ ଏମିତିରେ ଏବେ ବିନା କୌଣସି ,ଏକ୍ସଟ୍ରା ଖର୍ଚ୍ଚରେ ନେଟଫ୍ଲିକ୍ସ ମୋବାଇଲ ପ୍ଲାନର ଫାଇଦା ଉଠାଇପାରିବେ । ଯୋଗ୍ୟ ଗ୍ରାହକ ଏହି ପ୍ଲାନ ଜରିଆରେ ନେଟଫ୍ଲିକ୍ସର ଭାରତୀୟ ଏବଂ ଇଣ୍ଟରନ୍ୟାସନାଲ ଫିଲ୍ମ, ଟିଭି ଶୋ ଏବଂ ୱେବସିରିଜ ଦେଖିପାରିବେ ।




