ଖେଳ ଖବର

Rohit Sharma on T Dilip : ଭାରତୀୟ ଟିମ ସହ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପଙ୍କ ଚୁକ୍ତି ଶେଷ, ରୋହିତ ଲେଖିଲେ ଭାବବିହ୍ବଳ ପୋଷ୍ଟ

ଭାରତୀୟ କ୍ରିକେଟ ଟିମରେ ଅଧିକ ଦିନ ଧରି କାମ କରିଥିବା ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପଙ୍କ ଚୁକ୍ତି ଶେଷ ହୋଇଛି । ବିସିସିଆଇ ଫିଲ୍ଡିଂ କୋଚ୍ ଭାବେ ଶୁଭଦୀପ ଘୋଷଙ୍କୁ ନିଯୁକ୍ତ କରିଛି । ଆଉ ଟି ଦିଲ୍ଲୀପଙ୍କ ଚୁକ୍ତିକୁ ନବୀକରଣ କରିନାହିଁ । ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜେତା ଅଧିନାୟକ ରୋହିତ ଶର୍ମା ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ରୋହିତ ଶର୍ମା ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଟି. ଦିଲୀପଙ୍କ ସହ ଏକ ଫଟୋ ପୋଷ୍ଟ କରି ତାଙ୍କ ସମ୍ପର୍କରେ ଏକ ମେସେଜ ସେୟାର କରିଛନ୍ତି । ଫଟୋଟିରେ କ୍ୟାପସନ୍ ଦେଇ ସେ ଲେଖିଛନ୍ତି, ଦିଲ୍ଲୀପ ଗୁରୁ, ଆପଣ ଜଣେ କିମ୍ବଦନ୍ତୀ । ଆପଣ ଦଳ ସହିତ ଚମତ୍କାର କାମ କରିଥିଲେ ଏବଂ ପରଦା ପଛରେ କଠିନ ପରିଶ୍ରମ କରିଥିଲେ । ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ।

ଦଳର ନୂତନ ଫିଲ୍ଡିଂ କୋଚ୍ ଶୁଭଦୀପ ଘୋଷ ଆସାମରୁ ଆସିଛନ୍ତି । ସେ ଆସାମ ଏବଂ ରେଳବାଇ ପାଇଁ ଘରୋଇ କ୍ରିକେଟ୍ ଖେଳିଥିଲେ । ତାଙ୍କ କ୍ୟାରିଅରରେ, ସେ ୧୭ଟି ପ୍ରଥମ ଶ୍ରେଣୀ ଏବଂ ୧୭ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିଥିଲେ । ସେ ୨୫ଟି ପ୍ରଥମ ଶ୍ରେଣୀ ଇନିଂସରେ ୩୧୬ ରନ୍ ଏବଂ ୧୭ଟି ଲିଷ୍ଟ-ଏ ଇନିଂସରେ ୩୦୭ ରନ୍ କରିଥିଲେ, ପ୍ରତ୍ୟେକ ଫର୍ମାଟରେ ଦୁଇଟି ଅର୍ଦ୍ଧଶତକ ରେକର୍ଡ କରିଥିଲେ ।

ସୂଚନାଯୋଗ୍ୟ, ଟି. ଦିଲୀପ ପ୍ରଥମେ ୨୦୨୧ ମସିହାରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସମୟରେ ଟିମ୍ ଇଣ୍ଡିଆର ଫିଲ୍ଡିଂ ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଆର. ଶ୍ରୀଧରଙ୍କ ସ୍ଥାନ ନେଇଥିଲେ । ତାଙ୍କ କାର୍ଯ୍ୟକାଳ ଏବେ ୨୦୨୬ ମସିହାରେ ଶେଷ ହୋଇଛି । ଭାରତୀୟ ଟିମ୍ ଡ୍ରେସିଂ ରୁମରେ ଶ୍ରେଷ୍ଠ ଫିଲ୍ଡର ମେଡାଲ ଟି ଦିଲ୍ଲୀପ ଆରମ୍ଭ କରିଥିଲେ । ୨୦୨୩ ଦିନିକିଆ ବିଶ୍ବକପ ସମୟରେ ଖେଳାଳିଙ୍କ ଭିତରେ ଫିଲ୍ଡିଂକୁ ନେଇ ପ୍ରତିଯୋଗିତାମୂଳକ ମନୋଭାବ ଉତ୍ପନ୍ନ କରିବାକୁ ଏହହାର ଲକ୍ଷ୍ୟ ରହିଥିଲା ।

Leave a Reply

Your email address will not be published. Required fields are marked *

Back to top button