ଗରବା ନାଚୁ ନାଚୁ ହୃଦଘାତରେ ୧୦ ଜଣଙ୍କ ମୃତ୍ୟୁ – Sahana Mela
[ad_1]
ଗାନ୍ଧୀନଗର:ସାରା ଦେଶ ମା’ଙ୍କ ଆଗମନୀକୁ ନେଇ ଝୁମୁଥିବାବେଳେ ଗୁଜରାଟରେ ଖେିଳି ଯାଇଛି ଶୋକର ଲହରୀ । ଗରବା ନାଚୁ ନାଚୁ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସବୁଠାରୁ ଦୁଃଖର କଥା ହେଉଛି ଅଧିକାଂଶ ମୃତକଙ୍କ କମ ବୟସର । ସବୁଠାରୁ କନିଷ୍ଠ ମୃତକଙ୍କ ବୟସ ୧୩ ବର୍ଷ ବୋଲି ଜଣାଯାଇଛି । ଗୋଟିଏ ଦିନରେ ହୃଦଘାତରେ ଏତ ସଂଖ୍ୟକଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି ।
ଗୋଟିଏ ଦିନରେ ଆମ୍ବୁଲାନ୍ସ ପାଇଁ ୫୦୦ କଲ ଆସିଥିଲା । ଏ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦେବାକୁ କୁହାଯାଇଥିଲା । ରୋଗୀଙ୍କୁ ଠିକ ଭାବେ ଡାକ୍ତରଖାନାରେ ପହଞ୍ଚାଇବାକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ କୁହାଯାଇଥିଲା ।
ଖେଦା ଜିଲ୍ଲାର କପଡଭଞ୍ଜ ସହରରେ ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା । ଗରବା ଖେଳୁ ଖେଳୁ ହଠାତ ୧୭ ବର୍ଷର ଭୀର ଶାହ ଟଳି ପଡିଲା । ତାଙ୍କର ନାକରୁ ରକ୍ତସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ତାଙ୍କର ପରିବାର ଲୋକେ ଅନ୍ୟ ଏକ ସ୍ଥାନରେ ପୂଜା ପାଳନ କରୁଥିଲେ । ଖବର ପାଇ ସେମାନେ ତୁରନ୍ତ ଯାଇ ପହଞ୍ଚିଲେ ଡାକ୍ତରଖାନାରେ । ହେଲେ ଡାକ୍ତର ଭୀରଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ ।
ଏହାପରେ ତାଙ୍କର ବାପା ହାତ ଯୋଡି ସମସ୍ତଙ୍କୁ ଅନୁନୟ କରିଥିଲେ, ଦୟାକରି ସମସ୍ତେ ସତର୍କ ରୁହ । ବିନା ବ୍ରେକରେ ଦୀର୍ଘ ସମୟ ଧରି ଗରବା ଖେଳନାହିଁ । ମୁଁ ଆଜି ଏହି କାରଣରୁ ମୋ ପୁଅକୁ ହରାଇଛି । ଆଉ କେହି ତାହା ନ ଭୋଗନ୍ତୁ ସେଥିପାଇଁ ସମସ୍ତଙ୍କୁ ସତର୍କ ରହିବା ପାଇଁ ନିବେଦନ କରିଛନ୍ତି ।
ସମାନ ଘଟଣା ଘଟିଛି ଅହମଦାବାଦ, ନଭସାରି ଏବଂ ରାଜକୋଟରେ । ଭଦୋଦରା ଜିଲ୍ଲାର ଦାଭେଇରେ ଜଣେ ୧୩ ବର୍ଷର ବାଳକଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ବୈଭବ ସୋନି ଗରବା ସାରି ଘରକୁ ଫେରୁଥିଲେ । ବାଟରେ ସାଇକେଲରୁ ଟଳି ପଡିଲେ । ସାମାନ୍ୟ ଆଘାତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା ।ତାଙ୍କୁ ଡାକ୍ତରଖାନା ନିଆଗଲା । ଚିକିତ୍ସା ପରେ ଘରକୁ ଫେରି ଆସିଲେ । ହେଲେ କିଛି ସମୟ ପରେ ତାଙ୍କର ଛାତି ଯନ୍ତ୍ରଣା ବାହାରିଲା । ପରିବାର ଲୋକେ ତାଙ୍କୁ ଔଷଧ ଦେଇ ଶୁଆଇ ଦେଲେ । ହେଲେ କିଛି ସମୟ ପରେ ପରିବାର ଲେକେ ଡାକିବାରୁ ସେ ଉଠି ନ ଥିଲେ । ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି ଶୁକ୍ରବାର ଅହମ୍ମଦାବାଦର ଜଣେ ୨୪ ବର୍ଷୀୟ ଯୁବକ ଏବଂ କପାଦୱଞ୍ଜର ଜଣେ ୧୭ ବର୍ଷୀୟ ବାଳକ ମଧ୍ୟ ସମାନ କାରଣରୁ ପ୍ରାଣ ହରାଇଛନ୍ତି।
[ad_2]