ଖେଳ ଖବର

BCCI : ଟିମ୍ ଇଣ୍ଡିଆ ଖେଳାଳିଙ୍କ ଆହତ ସମସ୍ୟାକୁ ନେଇ ଚିନ୍ତାରେ ବିସିସିଆଇ, ଫିଟନେସ୍ ପ୍ରୋଗ୍ରାମରେ ଆଣିଲା ସୁଧାର

ଟିମ୍ ଇଣ୍ଡିଆର ଖେଳାଳିଙ୍କ ବାରମ୍ବାର ଆହତ ସମସ୍ୟା ଯୋଗୁଁ ଚିନ୍ତାରେ ବିସିସିଆଇ । ଏଥିରୁ ମୁକୁଳିବା ପାଇଁ ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସିଲେନ୍ସୀ ତରଫରୁ ମେଡିକାଲ ଟିମ୍ ନିଜ ଫିଟନେସ ପ୍ରୋଗାମକୁ ସୁଧାରିବାକୁ ଚେଷ୍ଟା କରୁଛି । ସେଣ୍ଟର ଅଫ ଏକ୍ସିଲେନ୍ସୀ ନିଜର ବେସ୍ ଫିଟନେସ ପାରାମିଟର୍ସକୁ ଷ୍ଟାଣ୍ଡାରାଇଜ କରିବାର କାମ କରୁଛି । ଖେଳାଳିଙ୍କ ଫିଟନେସ ସମସ୍ୟା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ବିସିସିଆଇର ମେଡିକାଲ ଟିମ୍ ଖେଳାଳିଙ୍କ ଫିଟନେସକୁ ନେଇ ଆକଳନ କରିବାରେ ସାମଞ୍ଜସ୍ୟ ରହୁନାହିଁ । ଗତବର୍ଷ ସୋହମ ଦେଶାଇଙ୍କ ସ୍ଥାନରେ ଟିମ୍ ଇଣ୍ଡିଆ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ କୋଚ୍ ହୋଇଥିବା ଏଣ୍ଡ୍ରିଅନ ଲେରୁକ୍ସ ଫିଟନେସ ଟେଷ୍ଟିଂ ଡ୍ରିଲ୍ସରେ ପରିବର୍ତ୍ତନ କରିଥିଲେ । ଲେରୁକ୍ସ ଆସିବା ପରେ ୟୋ-ୟୋ ଟେଷ୍ଟ ସ୍ଥାନରେ ବ୍ରୋଙ୍କୋ ଟେଷ୍ଟକୁ ଫିଟନେସ ଯାଞ୍ଚର ମୁଖ୍ୟ ବୋଲି କୁହାଗଲା ।

ବ୍ରୋଙ୍କୋ ଟେଷ୍ଟ ପୂର୍ବରୁ କୌଣସି ବେସ୍ ପାରାମିଟର ନଥିଲା । ଇଂଲଣ୍ଡ ଗସ୍ତ ସମୟରେ ଆହତ ସମସ୍ୟା ଦେଖାଦେବାରୁ ବିସିସିଆଇ ମେଡିକାଲ ଟିମ୍ ଏବେ ବ୍ରୋଙ୍କୋ ଟେଷ୍ଟରେ ଅଲଗା ଅଲଗା ଡ୍ରିଲ୍ସ କରିବାକୁ ୫.୧୫ରୁ ୫.୨୦ ମିନିଟ ବେସ୍ ଟାଇମ ନିର୍ଦ୍ଧାରିତ କରିଛି । ଯାହା ଆଧାରରେ ଏସବୁ ଖେଳାଳିଙ୍କ ଚୟନ କରାଯିବ ।

ଏହାପୂର୍ବରୁ ବିସିସିଆଇ ବେସିକ ୟୋ-ୟୋ ଟେଷ୍ଟ ପାସ୍ କରିବା ପାଇଁ ୧୬.୫ ଷ୍ଟାଣ୍ଡାର୍ଟ ସେଟ୍ କରିଥିଲା । ଏଥିରେ ୨ କିମି ଦୌଡିବା ପାଇଁ ୯ରୁ ୧୦ ମିନିଟ୍ ରହିଥିଲା । ଏବେ ଭାରତୀୟ ଖେଳାଳିଙ୍କୁ ବ୍ରୋଙ୍କୋ ଟେଷ୍ଟ ଅଭ୍ୟାସ ନାହିଁ । ତେଣୁ ସେଣ୍ଟର ଫର ଏକ୍ସଲେନ୍ସୀ ତରଫରୁ ପ୍ରତ୍ୟେକ ଖେଳାଳି ପାଇଁ ତାଙ୍କ ପାଖରେ ଅଲଗା ଅଲଗା ପାରାମିଟର ରହିଛି ।

ତେବେ ବିସିସିଆଇ ସଚିବ ଦେବଜିତ ସାଇକିଆ ଖେଳାଳିଙ୍କ ଫିଟନେସକୁ ନେଇ ଫିଜିଓ କମଳେଶ ଜୈନଙ୍କୁ ତାଗିଦ କରିଥିବା ନେଇ ଖବର ମିଳିଛି ।

Leave a Reply

Your email address will not be published. Required fields are marked *

Back to top button