ରାଜ୍ୟ
ନୀଳାଦ୍ରି ବିହାରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା, ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା । ନୀଳାଦ୍ରି ବିହାରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଛି । ୩୩୦ଟି ଟ୍ରାଞ୍ଜିଟ୍ ହାଉସ୍ ଭାଙ୍ଗିବା ବେଳେ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଛି । ଉଚ୍ଛେଦ ପୂର୍ବରୁ ଥଇଥାନ ପାଇଁ ଦାବି ହୋଇଛି । ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତ । ବିଏମସି ଓ ବିଡିଏ ପକ୍ଷରୁ ଟ୍ରାଞ୍ଜିଟ୍ ହାଉସ୍ ଭଙ୍ଗାଯାଉଛି । ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଟ୍ରାଞ୍ଜିଟ୍ ହାଉସରେ ଦୀର୍ଘ ଦିନ ଧରି ଲୋକମାନେ ରହିଥିବାବେଳେ ସେମାନଙ୍କୁ ନିକଟସ୍ଥ ବୁଧବିହାର ଅଞ୍ଚଳରେ ଥିବା ହାଉସିଂ ପ୍ରୋଜେକ୍ଟରେ ଘର ଯୋଗେଇଛନ୍ତି ସରକାର । ହେଲେ ଘର ପାଇବା ପରେ ମଧ୍ୟ ଏହି ଲୋକମାନେ ଟ୍ରାଂଜିଟ ହାଉସ ଖାଲି କରୁନଥିଲେ । ତେଣୁ ବାଧ୍ୟ ହୋଇ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି BMC ଓ BDA। ଚନ୍ଦ୍ରଶେଖରପୁର ଥାନା ପୋଲିସ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।




