Rocky Flintoff Century : ଚମତ୍କାର ବ୍ୟାଟିଂ କରୁଛନ୍ତି ଆଣ୍ଡ୍ର୍ୟୁ ଫ୍ଲିଣ୍ଟଅଫଙ୍କ ପୁଅ ରକି ଫ୍ଲିଣ୍ଟଅଫ୍

ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଅଫଙ୍କ ପୁଅ ରକି ଫ୍ଲିଣ୍ଟଅଫ୍ ଚମତ୍କାର ବ୍ୟାଟିଂ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ରକି ଫ୍ଲିଣ୍ଟଅଫ୍ ନିଜ ପ୍ରୋଫେସନାଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ସେ ୱାନଡେ କପରେ ଲ୍ୟାଙ୍କାଶାୟାର୍ ପାଇଁ ଖେଳି ୭୬ ବଲରୁ ୧୨୩ ରନ୍ ସଂଗ୍ରହ କରିଛନ୍ତି । ସମରସେଟ୍ ବିପକ୍ଷରେ ସମରସେଟ୍ ବିପକ୍ଷରେ ଟାଣ୍ଟନରେ ଖେଳାଯାଉଥିବା ମ୍ୟାଚରେ ରକି ନିଜ ପାଳିରେ ୭ଟି ଛକା ଓ ୧୦ଟି ଚୌକା ମାରିଛନ୍ତି ।
ରକିଙ୍କୁ ମାତ୍ର ୧୮ ବର୍ଷ ଏବଂ ତାଙ୍କୁ ଇଂଲଣ୍ଡର ପରବର୍ତ୍ତୀ ସୁପରଷ୍ଟାର ଭାବେ ବିବେଚନା କରାଯାଉଛି । ରକି ଫ୍ଲିଣ୍ଟଅଫଙ୍କ ବ୍ୟତୀତ କିଟନ୍ ଜେନିଙ୍ଗ୍ସ ମଧ୍ୟ ଚମତ୍କାର ଶତକ ହାସଲ କରିଛନ୍ତି । ଏହି ବାମହାତୀ ଓପନର ୧୨୭ ବଲରୁ ୧୫୬ ରନ ପାଳି ଖେଳିଛନ୍ତି । ଏହି ପାଳିରେ ଜେନିଙ୍ଗ୍ସ ୧୫ଟି ଚୌକା ଓ ୭ଟି ଛକା ମାରିଥିଲେ । ରକି ଓ ଜେନିଙ୍ଗ୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଲ୍ୟାଙ୍କାଶାୟାର୍ ୫୦ ଓଭରରେ ୪୪୩ ରନର ବିଶାଳ ସ୍କୋର କରିଛନ୍ତି ।
ଆଣ୍ଡ୍ର୍ୟୁ ଫ୍ଲିଣ୍ଟଅଫଙ୍କ ଇଂଲଣ୍ଡର କିମ୍ୱଦନ୍ତୀ ଅଲରାଉଣ୍ଡର । ସେ ୭୯ଟି ଟେଷ୍ଟ ମ୍ୟାଚରେ ୩୮୪୫ ରନ୍ ସହ ୨୨୬ଟି ୱିକେଟ୍ ହାସଲ କରିଛନ୍ତି । ସେ ଦିନିକିଆରେ ୩୩୯୪ ରନ୍ କରିବା ସହ ୧୬୯ଟି ୱିକେଟ୍ ହାସ କରିଛନ୍ତି ।




