ଜାନୁଆରୀ ୨୨ରେ ହେବ ଅଯୋଧ୍ୟା ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା: ଯୋଗଦେବେ ପ୍ରଧାନମନ୍ତ୍ରୀ – Sahana Mela
[ad_1]
ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ହେବ ଅଯୋଧ୍ୟା ରାମମନ୍ଦିରର ପ୍ରାଣ ପ୍ରତଷ୍ଠା । ଏହି ଉତ୍ସବରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୧୨ଟା ୩୦ରେ ହେବ । ରାମଜନ୍ମଭୂମି ତୀର୍ଥର ଟ୍ରଷ୍ଟ ସଦସ୍ୟମାନେ ଅକ୍ଟୋବର ୨୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ।
ନିମନ୍ତ୍ରଣ ପାଇବା ପରେ ପ୍ରଧାନମନ୍ତ୍ରୀ ଟୁଇଟରରେ ଏକ ପୋଷ୍ଟ ସେୟାର କରି ଭାବବିହ୍ୱଳ ହୋଇଛନ୍ତି । ଏଥିରେ ସେ ଜୟ ସୀୟାରାମ ବୋଲି ସମ୍ବୋଧନ କରି ଲେଖିଛନ୍ତି, ‘ଆଜିର ଦିନ ବହୁତ ଭାବପୂର୍ଣ୍ଣ । ଏବେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପଦାଧିକାରୀ ମୋତେ ମୋ ଘରେ ଭେଟିଥିଲେ । ସେମାନେ ଶ୍ରୀରାମ ମନ୍ଦିର ପ୍ରାଣ-ପ୍ରତିଷ୍ଠା ଅବସରରେ ମୋତେ ଅଯୋଧ୍ୟା ଯିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି । ମୋର ସୌଭାଗ୍ୟ ଯେ, ଏପରି ଏକ ଐତିହାସିକ ଅବସରର ସାକ୍ଷୀ ହେବାର ସୁଯୋଗ ମୋତେ ମିଳିବ ।’ ଏଥିସହିତ ଟ୍ରଷ୍ଟ ପଦାଧିକାରୀଙ୍କ ସହତାଙ୍କର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।
ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟର ଚମ୍ପକ ରାୟ ସୂଚନା ଦେଇ କହିଛନ୍ତି, ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦେଶର ବହୁ ବଡ ବଡ ସାଧୁସନ୍ଥ ଏବଂ ବଡ ବଡ ବ୍ୟକ୍ତିତ୍ୱ ଉପସ୍ଥିତ ରହିବେ । ବିଭିନ୍ନ ରାଜେନୖତିକ ଦଳର ନେତାଙ୍କୁ ବି ଆମନ୍ତ୍ରଣ କରାଯିବ ।
[ad_2]