ରାଜନୀତି

ରାଜସ୍ଥାନ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି – Sahana Mela

[ad_1]

ଜୟପୁର: ମୁଣ୍ଡ ଉପରେ ବିଧାନସଭା ନିର୍ବାଚନ । ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମ ସମେତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଛନ୍ତି ନିର୍ବାଚନ କମିଶନ। ଏନେଇ ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବହୁଜନ ସମାଜ ପାର୍ଟି (ବିଏସପି) ତାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ 20 ଜଣଙ୍କ ନାଁ ଅନ୍ତର୍ଭୁକ୍ତ କରାଯାଇଛି । ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟ ଏହାର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ।

ତେବେ ବିଏସପି ପକ୍ଷରୁ ଜାରି ହୋଇଥିବା ଏହି ତାଲିକା ଅନୁଯାୟୀ, ମୁଣ୍ଡାବରରୁ ପୃଥ୍ବୀରାଜ, ଗୋଗୁନ୍ଦାରୁ ଦଲପତ ଗରାସିୟା, ଝାଣ୍ଡୋଲରୁ ନିମ୍ବାରାମ ଭିଲ, ସଲୁମ୍ବରରୁ କହ୍ନେୟାଲାଲ ମୀଣା, ଉଦୟପୁର ଗ୍ରାମରୁ ଖେମରାଜ କଟାରା, ଭୀମରୁ ହୁକମାରାମ, ନାଥଦ୍ୱାରରୁ ବାବୁଲାଲ ସାଲଭି, କୁମ୍ଭଲଗଡରୁ ନାରାୟଣଲାଲ, ପ୍ରତାପଗଡରୁ କମଲ ମିଣା, ଆସପୁରରୁ ଦିଲୀପ ମୀନା, ଚୌରାସୀରୁ ବିଜୟପାଲ ରୋତ, ଘାଟୋଲରୁ ବାପୁଲାଲ ଗଣୱା, ଗଢିରୁ ସୁର୍ଯ୍ୟଲାଲ ଖାଟ, କୁଶଲଗଡରୁ ହରେନ୍ଦ୍ର ନିମାମା, ମାରବାଡ ଜଙ୍କସନରୁ ଗଜରାତ କଁୱର, ଭାଦରାରୁ ରାମନାଥ ଶର୍ମା, ଲାଡନୁରୁ ନିଆଜ ମୋହମ୍ମଦ, ପୋକରଣରୁ ତୁଲସାରାମ ଘୋଦରୁ କାଳୁରାମ ମେହରଡା, ତାରାନଗରରୁ ଛୋଟୁରାମଙ୍କୁ ଦଳ ନିଜର ପ୍ରାର୍ଥୀ କରିଛି ।

ଅନ୍ୟପକ୍ଷରେ ବିରୋଧୀ ଦଳ ‘ଇଣ୍ଡିଆ’ ରେ ବିଏସପି ମୁଖ୍ୟ ମାୟାବତୀ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ମାୟାବତୀଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି କୃଷ୍ଣମ । ସେ କହିଛନ୍ତି ଯେ, ବିରୋଧୀ ଦଳର ଗଠବନ୍ଧନ ‘ଇଣ୍ଡିଆ’ରେ ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀଙ୍କୁ ଅନ୍ତର୍ଭୁକ୍ତ ନକଲେ ଭାରତୀୟ ଜନତା ପାର୍ଟି (ବିଜେପି)ର ପରାଜିତ ହୋଇପାରିବ ନାହିଁ । କିନ୍ତୁ ସମସ୍ତ ଚର୍ଚ୍ଚାର କଡା ଜବାବ ରଖିଛନ୍ତି ମାୟାବତୀ । ସେ ସ୍ପଷ୍ଟ ଭାବେ ମନାକରିଛନ୍ତି ଯେ, ବିଏସପି ବିରୋଧୀ ଦଳ ‘ଇଣ୍ଡିଆ’ରେ ସାମିଲ ହେବ ନାହିଁ ।

[ad_2]

Leave a Reply

Your email address will not be published. Required fields are marked *

Back to top button