ମନୋରଞ୍ଜନ

ନରସିଂହଙ୍କ ବିବାଦୀୟ ବୟାନ ପରେ ଓଲିଉଡ ସକ୍ରିୟ, କ’ଣ କହିଲେ କୁନା, ଶ୍ରୀତମ ଓ ମନୋଜ? – Sahana Mela

[ad_1]

ଭୁବନେଶ୍ୱର: ମନୋଜ ମିଶ୍ରଙ୍କୁ ବାସନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିବା ପରେ ଏହାକୁ ନେଇ ଓଲିଉଡରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଓରଫ କୁନା ତ୍ରିପାଠୀ କହିଛନ୍ତି, ନରସିଂହ ମିଶ୍ରଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନାହିଁ। ଏଭଳି ବୟାନ ଆଦୌ ଓଡ଼ିଶା ପାଇଁ ଭଲ ନୁହେଁ। ଘର କଳି ଘରେ ରହିବା ଭଲ କହିଛନ୍ତି। ଏହି ପ୍ରସଙ୍ଗରେ ତୃତୀୟ ପକ୍ଷ ମୁଣ୍ଡ ପୂରାଇବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ମନୋଜ ଆସିଲେ ତାଙ୍କ ସହ କଥା ହୋଇ ବିବାଦର ସମାଧାନ କରାଯାଇପାରିବ ବୋଲି ସେ କହିଛନ୍ତି।

ସେହିପରି ପ୍ରଯୋଜକ ସଞ୍ଜୟ ନାୟକ କହିଛନ୍ତି, ବିଧାୟକଙ୍କ ମନ୍ତବ୍ୟକୁ ସେ କଡ଼ା ବିରୋଧ କରୁଛନ୍ତି। ଓଡ଼ିଶାକୁ କେହିବି ଦୁଇ ଭାଗ କରିପାରିବେନାହିଁ। ସେ ଜଣେ ଭଲ ରାଜନେତା, ରାଜନେତା ହୋଇ ରୁହନ୍ତୁ ବୋଲି କହିଛନ୍ତି।

ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରସଙ୍ଗ: ପୁଣି ସମାନ କଥା ଦୋହରାଇଲେ ନରସିଂହ, ବିଜେଡି କହିଲା ସେ କିଏ ଭାଗ କରିବାକୁ?

ଅନ୍ଯପଟେ ମନୋଜ ମିଶ୍ର ନରସିଂହଙ୍କ ବୟାନ ପରେ କହିଛନ୍ତି, ସେ ଖୁସି ଯେ ତାଙ୍କୁ ସାରା ଓଡ଼ିଶାରୁ ସମର୍ଥନ ମିଳୁଛି। ସମସ୍ତଙ୍କର ପ୍ରତିବାଦୀ ଶୈଳୀ ଭିନ୍ନ ଭିନ୍ନ ରହିଥାଏ। ଆଉ ନରସିଂହ ତାଙ୍କ ଶୈଳୀରେ ବିରୋଧ କରିଛନ୍ତି ବୋଲି କହିଛନ୍ତି।

ସେପଟେ ଅନ୍ୟତମ ଅଭିନେତା ଶ୍ରୀତମ ଦାସ କହିଛନ୍ତି, ମନୋଜ ମିଶ୍ର ପଶ୍ଚିମ ଓଡିଶାରୁ ଆସି ଏଠି ନମ୍ବର ୱାନ କଳାକାର ହୋଇଛନ୍ତି। ବହୁ ବଡ ବଡ଼ ଜାଗାରେ ସେ କାମ କରିଛନ୍ତି। ପରିବାର ଭିତରର କଥା ବାହାରକୁ ପଳେଇ ଆସିଛି ତାହା ବଡ଼ ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ ପୁଣି ଆମେ ମିଳିମିଶି କାମ କରିବୁ। ଏହାକୁ ନେଇ ରାଜନୀତି ହେବା କଥା ନୁହେଁ। ରାଜନେତା ଏହି ପ୍ରସଙ୍ଗରେ ମୁଣ୍ଡ ନପୁରାଇବା ଠିକ୍ ହେବ।

ଅଭିନେତାଙ୍କ କଳିରେ ନେତାଙ୍କ ଏଣ୍ଟ୍ରି, ନରସିଂହ କହିଲେ ମନୋଜଙ୍କୁ ବାସନ୍ଦ କରିବା ଠିକ୍ ନୁହଁ

[ad_2]

Leave a Reply

Your email address will not be published. Required fields are marked *

Back to top button