ପାକିସ୍ତାନ ବୋଲରଙ୍କ ଚମତ୍କାର ବୋଲିଂ, ବାଂଲାଦେଶ ୨୦୪ରେ ଅଲଆଉଟ – Sahana Mela
[ad_1]
କୋଲକାତା: ଚଳିତ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ପାକିସ୍ତାନ ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ବାଂଲାଦେଶ ୪୫.୧ ଓଭରରେ ୨୦୪ ରନରେ ଅଲଆଉଟ ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିୟମିତ ବ୍ୟବଧାନରେ ୱିକେଟମାନ ହରାଇଥିଲା । ମହମ୍ମୁଦାଲ୍ଲା ରିୟାଦ ୫୬, ଲିଟ୍ଟନ ଦାସ ୪୫ ଓ ଶାକିବ ଉଲ ହାସନ ୪୩ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ବାଂଲାଦେଶ ବଡ ସ୍କୋର କରିପାରି ନ ଥିଲା । ପାକିସ୍ତାନ ପକ୍ଷରୁ ଶାହୀନ ଶାହ ଆଫ୍ରିଦୀ ଓ ୱାସିମ ଜୁନିୟର ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଇଫତିକାର ଅହମ୍ମଦ ଓ ଉସମା ମୀର ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ବାଂଲାଦେଶ ଶେଷ ୧୫ ଓଭରରେ ୭୬ ରନରେ ୬ଟି ୱିକେଟ ହରାଇଥିଲା । ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ ।
୩୧ତମ ଓଭରରେ ମହମ୍ମୁଦାଲ୍ଲା ଆଉଟ ହେବା ପରେ ନାଟକୀୟ ଢ଼ଙ୍ଗରେ ବାଂଲାଦେଶ ୱିକେଟର ପତନ ଘଟିଥିଲା । ବାଂଲାଦେଶର ସେମିଫାଇନାଲ ପ୍ରବେଶ ଆଶା ପ୍ରାୟତଃ ନାହିଁ କହିଲେ ଚଳେ । ଅପରପକ୍ଷରେ ଏହି ମ୍ୟାଚରେ ବିଜୟ ହାସଲ କରି ପାକିସ୍ତାନ ସେମିଫାଇନାଲ ଦୌଡରେ ରହିବା ପାଇଁ ଉଦ୍ୟମ କରିବ । ପାକିସ୍ତାନ ୬ ମ୍ୟାଚରୁ ୪ ପଂଏଟ ହାସଲ କରିଛି । ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।
[ad_2]