ମନୋରଞ୍ଜନ

ବିବାଦରେ ଛନ୍ଦି ହୋଇଛନ୍ତି କାର୍ତ୍ତିକ – Sahana Mela

[ad_1]


ବମ୍ବେ: ଏକ ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ବଲିଉଡ୍ ଅଭିନେତା କାର୍ତ୍ତର୍ିକ ଆର‌୍ୟନ । ପ୍ରସଙ୍ଗଟି ରାଜନୈତିକ ହୋଇଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ହେଲେ ଏବେ ସେ ନିଜେ ସାମ୍ନାକୁ ଆସି ଏନେଇ ସଫେଇ ଦେଇଛନ୍ତି । ଉକ୍ତ ଭିଡିଓଟି ମିଥ୍ୟା ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଭାଇରାଲ ଭିଡିଓରେ କାର୍ତ୍ତିକ କଂଗ୍ରେସ ନେତା କମଲନାଥଙ୍କୁ ସମର୍ଥନ କରୁଥିବା ଦେଖାଯାଇଥିଲା । ସେ ନିଜକୁ ‘ମୁଁ ମଧ୍ୟ ଜଣେ କଂଗ୍ରେସ କର୍ମୀ ’ବୋଲି କହିଥିଲେ । ସୋସିଆଲ ମିଡିଆରେ ଭିଡିଓଟି ସେୟାର ପରେ ତାଙ୍କୁ ଟ୍ରୋଲ କରାଯାଇଥିଲା । ମଙ୍ଗଳବାର ରାତିରେ କାର୍ତ୍ତିକ ଟୁଇଟ୍ କରି ଭାଇରାଲ ଭିଡିଓଟି ଏଡିଟ୍ ହୋଇଥିବା କହିଥିଲେ । ଏଥିସହ କ୍ୟାପଶନରେ ‘ଏହା ଅସଲି ବିଜ୍ଞାପନ, ବାକି ସବୁ ମିଥ୍ୟା’ ବୋଲି କହିଥିଲେ । ଫଳରେ କେହି ତାଙ୍କ ସ୍ୱର ସହ ଦୃଶ୍ୟକୁ ଏଡିଟ୍ କରିଥିବା ସ୍ପଷ୍ଟ ହୋଇଛି । ଏଥିସହ କାର୍ତ୍ତିକ କୌଣସି ଦଳ ସହ ଯୋଡ଼ି ହୋଇ ନ ଥିବା ଜଣାପଡ଼ିଛି ।

ଅରିଜିନାଲ ଭିଡିଓରେ ଜିଜନୀ ପ୍ଲସ ହଟ୍‌ଷ୍ଟାରକୁ ପ୍ରମୋଟ କରାଯାଉଛି । ଭିଡିଓଟି ଅକ୍ଟୋବର ୨୩ରେ ଜାରି କରାଯାଇଥିଲା । ଏହାର ସପ୍ତାହେ ପରେ ଭିଡିଓର ଫେକ୍ ଭର୍ସନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।



[ad_2]

Leave a Reply

Your email address will not be published. Required fields are marked *

Back to top button