ଦିନକୁ କରନ୍ତି ୫ କୋଟିର ଦାନ… କିଏ ଏହି ଦାନବୀର, କ’ଣ ତାଙ୍କର ଆୟର ଉତ୍ସ? – Sahana Mela
[ad_1]
ଭାରତର ନାମୀଦାମୀ ଶିଳ୍ପପତୀ ଶିବ ନାଦର ବର୍ଷକୁ ୨୦୪୩ କୋଟି ଟଙ୍କା ଦାନ କରିଛନ୍ତି । ସେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଟଙ୍କା ସୋସିଆଲ ୱାର୍କରେ ଖର୍ଚ୍ଚ କରିଛନ୍ତି । ସେ ଭାରତର ତୃତୀୟ ଶିଳ୍ପପତୀ ଯାହାଙ୍କର ସମ୍ପତି ୨୯.୦୩ ଅରବ ଡଲାର ଅଟେ । ସେ ଶିବ ନାଦର ଫାଉଣ୍ଡେସନ ମଧ୍ୟମରେ ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ସାମାଜିକ ସଚେତନତା ନିମନ୍ତେ ଦାନ କରନ୍ତି ।
ନୂଆଦିଲ୍ଲୀ: ଅଳ୍ପ ହେଉ କି ବୋହୁତ ଟଙ୍କା ପଇସା ତ ପ୍ରାୟତଃ ସମସ୍ତେ ରୋଜଗାର କରିଥାନ୍ତି । କିନ୍ତୁ ରୋଜଗାର କରିଥିବା ଟଙ୍କାର ଅଧା ଅଂଶ ଦାନ କାର୍ଯ୍ୟରେ ଖର୍ଚ୍ଚ କରୁଥିବା ଲୋକେ ହୁଏତ ଏହି ସମାଜରେ ବୋହୁତ କମ୍ । ହଁ ଏଇଟା ସତ ଯେ ଆମ ଦେଶରେ ନିଜ ରୋଜଗାରରୁ ଦାନ କରୁଥିବା ଲୋକଙ୍କ ସଂଖ୍ୟା କମ ନୁହେଁ । ତେବେ ହୁନୁର ଇଣ୍ଡିଆ ଓ ଏଡେଲଗେବ ଦ୍ଵାରା ଭାରତର ସର୍ବାଧିକ ଦାନ କରୁଥିବା ଲୋକଙ୍କ ତାଲିକା ପ୍ରକାଶ କରାଯାଇଛି । ଏଡେଲଗେବ ହୁନୁର ଇଣ୍ଡିଆ ପରୋପକାର ୨୦୨୩ର ତାଲିକା ଅନୁସାରେ ଯେଉଁ ଦାନବୀରଙ୍କ ନାଁ ସବୁଠାରୁ ଶୀର୍ଷରେ ରହିଛି ତାଙ୍କର ଦାନ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଦିନକୁ ୫କୋଟିର ଦାନ କରିଥାନ୍ତି । ଏହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ନା । ଆଜ୍ଞା ହଁ ଏଇଟା ହିଁ ସତ୍ୟ । ସେ ପ୍ରତ୍ୟକ ଦିନ ସାଢେ ପାଞ୍ଚ କୋଟି ଓ ବର୍ଷକୁ ୨୦୪୩ କୋଟି ଦାନ କରିଥାନ୍ତି ।
ପୁଣି ଥରେ HCL ଫାଉଣ୍ଡର ଶିବ ନାଦର ସବୁଠାରୁ ବଡ ଦାନବୀର ତାଲିକାର ଶୀର୍ଷରେ ଅଛନ୍ତି । ଶିବ ନାଦର ଓ ତାଙ୍କର ପୁରା ପରିବାର ପ୍ରତ୍ୟକ ଦିନ ସାଢେ ପାଞ୍ଚ କୋଟିର ଦାନ କରିଥାନ୍ତି । ଗତବର୍ଷ ମଧ୍ୟ ଶିବ ସବୁଠାରୁ ବଡ ଦାନବୀର ତାଲିକାର ଶୀର୍ଷରେ ଥିଲେ । ଗତବର୍ଷ ଅର୍ଥାତ୍ ୨୦୨୨ରେ ସେ ୧୧୬୧ କୋଟି ଟଙ୍କା ଦାନ କରିଥିଲେ । କିନ୍ତୁ ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ତାଙ୍କର ଦାନ ପାଖାପାଖି ଗତବର୍ଷ ତୁଳନାରେ ଦୁଇ ଗୁଣା ବୃଦ୍ଧି ପାଇଛି । ଚଳିତବର୍ଷ ଶିବ ନାଦର ଅକ୍ଟୋବର ଶେଷ ସୁଦ୍ଧା ୨୦୪୩ କୋଟି ଟଙ୍କା ସୋସିଆଲ ୱାର୍କରେ ଦାନ କରିଛନ୍ତି ।
ଲାଇମଲାଇଟ ଓ ମିଡିଆରୁ ଦୁରରେ ରହୁଥିବା ଶିବ ଅତ୍ୟନ୍ତ ସାଧାସିଧା ଭାବରେ ଜୀବନ ଅତିବାହିତ କରୁଥିବା ବେଳେ ନିଜ ରୋଜଗାରର ଏକ ମୋଟା ଅଂଶ ଦାନରେ ଖର୍ଚ୍ଚ କରିଥାନ୍ତି । ତାଙ୍କର ରୋଜଗାର କଥା କହିବାକୁ ଗଲେ ସମ୍ପୁର୍ଣ୍ଣ ଏସିଆ ମହାଦେଶର ତାଲିକା ମୁତାବକ ସବୁଠାରୁ ବେଶି ଟଙ୍କା ଦାନ କରୁଥିବା ଶିବ ନାଦର ଭାରତର ତୃତୀୟ ଧନୀ ଶିଳ୍ପପତୀ ଅଟନ୍ତି । ତାଙ୍କ ପାଖରେ ଥିବା ସମ୍ପତିର ମୁଲ୍ୟ ୨୯.୦୩ ଅରବ ଡଲାର ଅଟେ ।
୧୯୭୬ ମସିହାରେ HCL ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଶିବ ନାଦର ୪ ଦଶନ୍ଧିରୁ ଅଧିକ ସମୟ ଧରି HCL ର ନେତୃତ୍ୱ ନେଇଥିଲେ | ଏହା ପରେ ସେ କମ୍ପାନୀର ଦାୟିତ୍ଵ ତାଙ୍କ ଝିଅ ରୋଶନି ନାଦର ମାଲହୋତ୍ରାଙ୍କୁ ଦେଇଥିଲେ । HCL, କମ୍ପାନୀ ଯାହା ଦେଶକୁ ପ୍ରଥମ ସ୍ୱଦେଶୀ କମ୍ପ୍ୟୁଟର ଯୋଗାଇଥିଲା । କମ୍ପାନୀରେ ନାଦର ପରିବାରର ଅଂଶଧନ ପାଖାପାଖି ୬୦ ପ୍ରତିଶତ | ରୋଜଗାର ସହିତ ସେ ଦାନରେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରଥାନ୍ତି | ଏଥିପାଇଁ ସେ ୧୯୯୪ ମସିହାରେ ଶିବ ନାଦର ଫାଉଣ୍ଡେସନ ଆରମ୍ଭ କରିଥିଲେ । ଏହି ଫାଇଣ୍ଡେସନ ସାହାଯ୍ୟରେ ସେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ସଚେତନତା ପାଇଁ ବହୁତ ଦାନ କରିଥାନ୍ତି | ଶିବ ନାଦରଙ୍କ ସହ ୱିପ୍ରୋ ପ୍ରତିଷ୍ଠାତା ଅଜିଜ ପ୍ରେମଜୀ, ନିଖିଲ କାମାଥ, ରୋହିନୀ ନୀଲେକାନି, ମୁକେଶ ଅମ୍ବାନୀଙ୍କ ସମେତ ଅନେକ ଶିଳ୍ପପତିଙ୍କ ନାମ ଏହି ଦାନବୀର ତାଲିକାରେ ଅନ୍ତର୍ଭୁକ୍ତ ।
[ad_2]