ରାଜଧାନୀରେ ଘରେ ପଶି ଚୋରି ଘଟଣା, ୪ ଅଭିଯୁକ୍ତ ଗିରଫ – Sahana Mela
[ad_1]
ଭୁବନେଶ୍ୱର: ସହରରେ ବଢିଚାଲିଛି ଚୋରଙ୍କ ପ୍ରାଦୁର୍ଭାବ। ଦିନ ଦ୍ୱିପ୍ରହର ହେଉ କିମ୍ବା ରାତି ଅଧିଆ ସିଧାସଳଖ ଘରେ ପଶି ଲୁଟି ନେଉଛନ୍ତି ଚୋର ଗୋଷ୍ଠୀ। ଘରର ତାଲା ଭଙ୍ଗି ଭିତରେ ଥିବା ସମସ୍ତ ଜିନିଷ ଚୋରି କରି ନେଇଥିବା ଅଭିଯୋଗରେ ଚାରି ଜୋଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ।
ସୂଚନା ଅନୁସାରେ ବରମୁଣ୍ଡାସ୍ଥିତ ଏଚଆଇଜି କଲୋନୀରେ ଥିବା ସି-୯୮ ର ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। ସେ ନିଜ ଲେବର ମାନଙ୍କୁ ନେଇ ଗତ ପାଞ୍ଚ ମାସ ହେବ ସି-୧୯ ରେ କାର୍ଯ୍ୟ କରିଆସୁଥିଲେ। ଦୁର୍ଗାପୂଜା ଯୋଗୁଁ ଲେବର ମାନେ ନିଜନିଜ ଘରକୁ ଯାଇଥିବାରୁ ସେମାନେ ରହୁଥିବା ଘର ତାଲା ପଡି ରହିଥିଲା। ଗତ ଅକ୍ଟୋବର ୨୫ ତାରିଖ ରାତିରେ ଅଭିଯୁକ୍ତମାନେ ଉକ୍ତ ଘରର ତାଲା ଭଙ୍ଗି ଭିତରେ ଥିବା ବ୍ରେକର ମେସିନ, କଟର ମେସିନ, ମୋଲଡିଙ୍ଗ ମେସିନ, ହାତୁଡି ଇତ୍ୟାଦି ଚୋରି କରି ନେଇଯାଇଥିଲେ।
ସେହିପରି ଅନ୍ୟ ଏକ ମାମଲାରେ ଅଭିଯୋଗକାରୀଙ୍କ ଅଭିଯୋଗ ମୁତାବକ, ଅଭିଯୁକ୍ତମାନେ ଗତ ୨୮ ତାରିଖ ଦିନ ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ପ୍ଲଟ ନମ୍ବର-ଏଲ/୨୨୯ ରେ ଥିବା ନିଜର ଜଣେ ବନ୍ଧୁଙ୍କ ଘରର ତାଲା ଭାଙ୍ଗି ଭିତରେ ଥିବା ଟିଭି, ଲାପଟପ, କମ୍ପୁଟର, ଗ୍ଯାସ ସିଲିଣ୍ଡର, ଗ୍ଯାସ ସ୍ଟୋଭ, ସେଟଅପ ବକ୍ସ, ଇତ୍ୟାଦି ଚୋରି କରିଥିଲେ। ଘଟଣାର ଅଭିଯୋଗ ପରେ ଭରତପୁର ଥାନା ପୋଲିସ ଉଭୟ ମାମଲାର ତଦନ୍ତ କରିବା ସହିତ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ଚାରିଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଏହାସହ ସେମାନଙ୍କ ହେପାଜତରୁ ଚୋରି ସାମଗ୍ରୀକୁ ଜବତ କରିବାରେ ସକ୍ଷମ ହୋଇଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଅପରାଧ ସ୍ଵୀକାର କରିଥିଲେ। ଚାରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।
[ad_2]