ଦେଶ- ବିଦେଶ

ଅଣନିଶ୍ଵାସୀ କରୁଛି ଦିଲ୍ଲୀର ବାୟୁ ପ୍ରଦୂଷଣ: ୧୦ ଯାଏଁ ସ୍କୁଲ ବନ୍ଦ, ଆଗାମୀ ୩ ଦିନ ପାଇଁ ରେଡ ଆଲର୍ଟ – Sahana Mela

[ad_1]


ନୂଆଦିଲ୍ଲୀ: ଶୀତ ଆସିଲେ ଦିଲ୍ଲୀରେ ଯେଉଁ ପରିସ୍ଥିତିକୁ ସେହି ପରିସ୍ଥିତି। ଚଳିତ ବର୍ଷ ଶୀତ ଆରମ୍ଭରୁ ଚରମ ସୀମାରେ ପହଞ୍ଚିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ। ନଭେମ୍ବର ୧୦ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଗୋଟିଏ ପଟେ ନିଶ୍ଵାସ ପ୍ରଶ୍ଵାସ ନେବା ମଧ୍ୟ କଷ୍ଟସାଧ୍ୟ ହୋଇସାରିଥିବା ବେଳେ ଆସନ୍ତା ତିନି ଦିନ ଯାଏଁ ଦିଲ୍ଲୀରେ ଏହିଭଳି ସ୍ଥିତି ଲାଗି ରହିବ ବୋଲି ସୂଚନା ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି କରାଯାଇଛି ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୀଷଣ ଭାବରେ ବଢିବାରେ ଲାଗିଛି । ବର୍ତ୍ତମାନ, ଏଠାରେ ସର୍ବାଧିକ ତାପମାତ୍ରା ପ୍ରାୟ ୩୪ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୮ ଡିଗ୍ରୀ ରହିଛି । ସେହିପରି ନୋଏଡାରେ ଆଜି AQI ୪୬୬ ରେ ପହଞ୍ଚିଛି । ସେହିପରି ଗାଜିଆବାଦରେ ମଧ୍ୟ AQI ୪୦୦ ରୁ ଅଧିକ ରହିଛି ।

ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶି ମାର୍ଲେନା କହିଛନ୍ତି, ରାଜଧାନୀରେ ବାୟୁ ପ୍ରଦୂଷଣର ବିପଦପୂର୍ଣ୍ଣ ସ୍ତରକୁ ଦେଖି ନଭେମ୍ବର ୧୦ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏହି ଅବଧି ମଧ୍ୟରେ, ବିଦ୍ୟାଳୟଗୁଡ଼ିକୁ ୬ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସକୁ ସ୍ଥାନାନ୍ତର କରିବାର ବିକଳ୍ପ ଦିଆଯାଇଛି ।

ପ୍ରଦୂଷଣ ବିଶେଷକରି ଛୋଟ ପିଲାମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି କାରଣରୁ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button