ଦେଶ- ବିଦେଶ

ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଧ୍ୱଂସ କଲେ ନକ୍ସଲ କ୍ୟାମ୍ପ – Sahana Mela

[ad_1]


ରାୟପୁର: ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଗତକାଲି ନାରାୟଣପୁରରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ ନକ୍ସଲ । ଛତିଶଗଡର କାଙ୍କେର ଜିଲ୍ଲାର ଅନ୍ତଗଡ ଅଞ୍ଚଳରେ ନକ୍ସଲ କ୍ୟାମ୍ପ୍ କୁ ଧ୍ୱଂସ କଲେ ବିଏସଏଫ୍ ଯବାନ । ତେବେ ବିଜେପି ନେତାଙ୍କୁ ହତ୍ୟା କରିବାର ୨୪ ଘଣ୍ଟା ନପୁରୁଣୁ ନକ୍ସଲଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ ।

ଖବର ମୁତାବକ, ନକ୍ସଲଙ୍କ ଉପସ୍ଥିତି ନେଇ ବିଶେଷ ସୂତ୍ରରୁ ଖବରପାଇ ଆଜି (ରବିବାର) ପୂର୍ବାହ୍ନରେ ଛତିଶଗଡର କାଙ୍କେର ଜିଲ୍ଲାର ଅନ୍ତଗଡ ଅଞ୍ଚଳରେ ବିଏସଏଫ୍ ଜବାନଙ୍କ ଏକ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଏଥିରେ ସୁରକ୍ଷାକର୍ମୀ ଓ ନକ୍ସଲମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ହେଲେ ଏଯାବତ୍ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନଥିଲେ ମଧ୍ୟ ନକ୍ସଲଙ୍କ ସମସ୍ତ କ୍ୟାମ୍ପକୁ ସୁରକ୍ଷାକର୍ମୀ ଧ୍ୱଂସ କରିଦେଇଥିବା ଜଣାପଡିଛି । ଜଙ୍ଗଲରେ ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ ।



[ad_2]

Leave a Reply

Your email address will not be published. Required fields are marked *

Back to top button