ରାଜନୀତି

ଛତିଶଗଡରେ ବିଜେପି କହିଲା ୩୧୦୦ ଦେବି, କଂଗ୍ରେସ କହିଲା ୩୨୦୦ ଦେବି – Sahana Mela

[ad_1]

ଭୁବନେଶ୍ୱର: ରାତି ପାହିଲେ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଯେଉଁ ୨୦ ଟି ବିଧାନସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ସେଠାରେ ପ୍ରଚାର ଶେଷ ହୋଇଛି।

ମତଦାନ ହେବାକୁ ଥିବା ୨୦ ଟି ସିଟରେ ୨୨୩ ଜଣ ପ୍ରାର୍ଥୀ ଲଢେଇରେ ରହିଥିବାବେଳେ ୪୦ ଲକ୍ଷ ୭୮ ହଜାର ୬୮୧ ମତଦାତା ମତ ସାବ୍ୟସ୍ତ କରିବେ। ତେଣୁ ଛତିଶଗଡ ନିର୍ବାଚନ ପୂର୍ବରୁ ବିଭିନ୍ନ ନିର୍ବାଚନ ପ୍ରତିଶ୍ରୁତିକୁ ନେଇ ଆଲୋଚନା ଜୋର ଧରିଛି।

କଂଗ୍ରେସ ଓ ବିଜେପି ପକ୍ଷରୁ ଇସ୍ତାହାରରେ ଲୋକଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦିଆଯାଇଛି। ବିଜେପି ପକ୍ଷରୁ ପୂର୍ବରୁ ଇସ୍ତାହାର ଘୋଷଣା କରାଯାଇଥିବାବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ଇସ୍ତାହାର ପ୍ରକାଶ ପାଇଛି।

ସେଥିରେ କୃଷକଙ୍କୁ ଋଣଛାଡ଼, ରନ୍ଧନ ଗ୍ୟାସ ସିଲିଣ୍ଡରରେ ବଡ଼ ରିହାତି, ଜାତିଗତ ଜନଗଣନା ଆଦିକୁ ଫୋକସ କରାଯାଇଛି। ଭରୋସେ କା ଘୋଷଣାପତ୍ର ନାଁ ରେ ପ୍ରସ୍ତୁତ କରାଯାଇଥିବା ଏହି ଇସ୍ତାହାରକୁ ରାୟପୁର, ରାଜନାଂଦଗାଓଁ, ଜଗଦଲପୁର, ବିଳାଶପୁର, ଅମ୍ବିକାପୁର ଓ କୱର୍ଧା ଆଦି ୬ ଟି ଜାଗାରେ ଏକା ସାଙ୍ଗରେ ରିଲିଜ କରାଯାଇଛି।

କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିଲେ ସରକାର ପ୍ରତ୍ୟେକ ଚାଷୀଙ୍କ ଠାରୁ କ୍ୱିଣ୍ଟାଲ ପିଛା ୩୨୦୦ ଟଙ୍କା ଦରରେ ୨୦ କୁଇଣ୍ଟାଲ ଧାନ କିଣିବେ। ବିଜେପି ମଧ୍ୟ ନିଜ ଘୋଷଣା ପତ୍ରରେ ୩୧୦୦ ଟଙ୍କାରେ ୨୧ କ୍ୱିଣ୍ଟାଲ ଧାନ କିଣିବାକୁ ଘୋଷଣା କରିଛି।

କୃଷି ପ୍ରଧାନ ଛତିଶଗଡରେ ଉଭୟ ଶାସକ କଂଗ୍ରେସ ଓ ବିଜେପି ଚାଷୀଙ୍କୁ ଫୋକସ କରିଛନ୍ତି। ଧାନ ମୂଲ୍ୟ ଛତିଶଗଡ ନିର୍ବାଚନରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରେ। ଯାହାକୁ ନେଇ ବିଜେପି କଂଗ୍ରେସ ଘୋଷଣା ପତ୍ରରେ ପ୍ରତିଯୋଗିତା ଦେଖିବାକୁ ମିଳିଛି।

ଏଥିସହିତ ୫୫୦୦ କୋଟି ଟଙ୍କାର କୃଷିଋଣ ଛାଡ଼ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ପୂର୍ବରୁ କଂଗ୍ରେସ ସରକାର ଆସିବା ପରେ ୧୮ ଲକ୍ଷରୁ ଅଧିକ କୃଷକଙ୍କର ଯେମିତି ୯ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଛାଡ ହୋଇଥିଲା ସେମିତି ଆଗକୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି।

ଏପରିକି ସକ୍ଷମ ଯୋଜନା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ନେଇଥିବା ଋଣ ମଧ୍ୟ ଛାଡ଼ କରାଯିବ ବୋଲି ସେ କହିଛନ୍ତି। ସେହିପରି ରନ୍ଧନ ଗ୍ୟାସରେ ୫୦୦ ଟଙ୍କାର ରିହାତି ଦେବାକୁ ଘୋଷଣା ପତ୍ରରେ କୁହାଯାଇଛି।

ବିଜେପି ମଧ୍ୟ ନିଜ ଇସ୍ତାହାରରେ ୫୦୦ ଟଙ୍କାରେ ଗ୍ୟାସ ଦେବାକୁ ପ୍ରତିଶ୍ରୁତି ଦେଇଛି। ସେହିପରି ୨୦୦ ୟୁନିଟ ମାଗଣା ବିଜୁଳି ତଥା ଅନ୍ୟ ବହୁ ଘୋଷଣା କରାଯାଇଛି। କଂଗ୍ରେସ ଏସବୁ ବଡ଼ ଘୋଷଣା କରି ସରକାରକୁ ରିପିଟ କରିବାକୁ ଉଦ୍ୟମ କରୁଛି।

କିନ୍ତୁ କଂଗ୍ରେସର ଇସ୍ତାହାରକୁ ନେଇ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ସମାଲୋଚନା କରିଛନ୍ତି। ବିଜେପିର ସଂକଳ୍ପ ପତ୍ରକୁ କଂଗ୍ରେସ କପି କରିଥିବା ସେ କହିଛନ୍ତି।

ତେଣୁ ଚାଷୀଙ୍କୁ ଆକର୍ଷିତ କରିବା ପାଇଁ ବିଜେପି କଂଗ୍ରେସ ମଧ୍ୟରେ ଘୋଷଣାର ଲଢେଇ ଚାଲିଥିବା ବେଳେ କାହାକୁ ଲୋକେ ବିଶ୍ୱାସକୁ ନେବେ ତାକୁ ନେଇ ଆଲୋଚନା ଜୋର ଧରିଛି। ସେପଟେ ରାତି ପାହିଲେ ନିର୍ବାଚନ ହେବାକୁ ଥିବାରୁ ଲଢ଼େଇ ବେଶ ରୋଚକ ସ୍ଥିତିରେ ପହଂଚିଛି।

[ad_2]

Leave a Reply

Your email address will not be published. Required fields are marked *

Back to top button