ରାଜନୀତି

ଫୋକସ ଢେଙ୍କାନାଳ ଲୋକସଭା, ପଦ ଛାଡିବେ ଉପବାଚସ୍ପତି ରଜନୀକାନ୍ତ ସିଂହ! – Sahana Mela

[ad_1]

ଭୁବନେଶ୍ୱର: ଆଗକୁ ବିଧାନସଭା ସହିତ ଲୋକସଭା ନିର୍ବାଚନ। ଏହାପୂର୍ବରୁ ସମସ୍ତ ଦଳ ପରସ୍ପର ବିରୋଧରେ କ୍ଷେତ୍ର ପ୍ରସ୍ତୁତି କରୁଛନ୍ତି। କିନ୍ତୁ ସଦ୍ୟ ସୂଚନା ଅନୁଯାୟୀ ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ପଦରୁ ଆସନ୍ତା ଶୀତ ଅଧିବେଶନ ପୂର୍ବରୁ ଇସ୍ତଫା ଦେଇପାରନ୍ତି। ଯଦିଓ ଏହାକୁ ନେଇ ଚର୍ଚ୍ଚା ହେଉଛି କିନ୍ତୁ ନିଜେ ଉପବାଚସ୍ପତି କିମ୍ବା ଶାସକ ଦଳର ନେତା ଏ ବାବଦରେ ପ୍ରତିକ୍ରିୟା ରଖି ନାହାନ୍ତି।

ଏବେ ଢେଙ୍କାନାଳରେ ଡେରା ପକାଇଛନ୍ତି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନିର୍ବାଚନରେ ଏହି ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢିବା ନେଇ କ୍ଷେତ୍ର ପ୍ରସ୍ତୁତି କରୁଛନ୍ତି। ବିଜେପି ଏହି ଶୀର୍ଷ ନେତାଙ୍କୁ ମୋହରା କରି ଅନୁଗୁଳ ଜିଲ୍ଲାରେ ମଧ୍ୟ ଭୋଟ୍ ବ୍ଯାଙ୍କ ବଢାଇବାକୁ ପ୍ରୟାସ କରୁଛି। ଏପରି ହେଲେ ଶାସକ ଦଳ ବିଜେଡି ପାଇଁ ଅଡୁଆ ସୃଷ୍ଟି ହେବ।

ଶାସକ ଦଳରେ ଏବେ ନେତା ମାଳ ମାଳ, ଗୋଷ୍ଠୀ କନ୍ଦଳ ରହିଛି। ହେଲେ ଏପରି ସ୍ଥିତିରେ ଦଳୀୟ କନ୍ଦଳକୁ ପ୍ରଶମିତ କରିବାକୁ ହେଲେ ଅଭିଜ୍ଞ ନେତାଙ୍କୁ ଦାୟିତ୍ବ ଦେବାକୁ ଦଳ ଚିନ୍ତା କରୁଛି। ତେଣୁ ୨୦୦୪ରୁ ଲଗାତର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଥିବା ଏହି ନେତାଙ୍କୁ ଦଳ ସାଂଗଠନିକ ଦାୟିତ୍ୱ ଦେବାକୁ ଯୋଜନା କରୁଛି ବୋଲି ଚର୍ଚ୍ଚା ହେଉଛି।

ଯଦି ଏବେର ମନ୍ତ୍ରୀମଣ୍ଡଳକୁ ଅନୁଧ୍ୟାନ କରାଯିବ ତାହେଲେ ହାତ ଗଣତି ଅଭିଜ୍ଞ ନେତା ମନ୍ତ୍ରୀ ପଦରେ ରହିଛନ୍ତି। ଏପରି କରି ଯୁବ ନେତାଙ୍କୁ ଦଳ ଗୁରୁତ୍ବ ଦେବା ସହ ଦଳର ଭବିଷ୍ୟତକୁ ଗୁରୁତ୍ୱ ଦେଉଛି। ହେଲେ ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବାକୁ ଯାଇ ଦଳ ପୁରୁଖା ନେତାଙ୍କୁ ଗୁରୁତ୍ୱ ଦେଉଥିବା ସୂଚନା ରହିଛି।

ନିକଟରେ ସଞ୍ଜୟ ଦାସବର୍ମା ଏବଂ ପ୍ରତାପ ଜେନାଙ୍କ ଭଳି ପୁରୁଖା ନେତାଙ୍କୁ ଭଦ୍ରକ ଏବଂ କେନ୍ଦ୍ରାପଡାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବା ଏହାର ସଙ୍କେତ।

ଅନ୍ୟପଟେ କୁହାଯାଉଛି ଧର୍ମେନ୍ଦ୍ରଙ୍କ ଭଳି ନେତାଙ୍କୁ ଚେକ୍ ଦେବାକୁ ବିଜେଡି ରଜନୀକାନ୍ତ ସିଂହଙ୍କୁ ମଧ୍ୟ ପ୍ରାର୍ଥୀ କରିପାରେ। ତେଣୁ ଏବେଠୁ ପଦରୁ ଇସ୍ତଫା ଦେଇ ତୃଣମୂଳସ୍ତରରେ ଲୋକଙ୍କ ସହିତ ମିଶିବାକୁ କହିଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ୨୦୧୯ ଜୁନରୁ ରଜନୀକାନ୍ତ ସିଂହ ଉପବାଚସ୍ପତି ଦାୟିତ୍ବରେ ଅଛନ୍ତି। ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେ କାର୍ଯ୍ୟକାରୀ ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଛନ୍ତି ରଜନୀକାନ୍ତ ସିଂହ।

[ad_2]

Leave a Reply

Your email address will not be published. Required fields are marked *

Back to top button