ବାବା କେଦାରନାଥଙ୍କ ଶରଣରେ ଦୁଇ ଭାଇ ରାହୁଲ-ବରୁଣ – Sahana Mela

[ad_1]
ନୂଆଦିଲ୍ଲୀ: ପ୍ରଭୁ ମହାଦେବଙ୍କ ଶରଣରେ ଦୁଇ ଭାଇ । ବାବା କେଦାରନାଥଙ୍କ ଦର୍ଶନ କଲେ ବରୁଣ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ସେଠାରେ ପ୍ରଭୁଙ୍କ ପୂଜାର୍ଚ୍ଚନା ବି କରିଛନ୍ତି । ଅବଶ୍ୟ ଏହି ଦର୍ଶନ ସମୟରେ ଦୁଇ ଭାଇଙ୍କର ଦେଖା ସାକ୍ଷାତ ହୋଇ ନାହିଁ ।
କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ୱାଇନାଡାରୁ ଉତ୍ତରରାଖଣ୍ଡ ଯାଇଥିଲେ । ସୋମବାର ସେ କେଦାରନାଥରେ ପହଞ୍ଚିଥିଲେ । ସେଠାରେ ଦୁଇ ଦିନ ରହିଥିଲେ ମଧ୍ୟ । ଅନ୍ୟପକ୍ଷେ ବରୁଣ ଗାନ୍ଧୀ ମଙ୍ଗଳବାର ନିଜ ପରିବାର ସହ କେଦାରନାଥ ଯାଇଥିଲେ ।
କୁହାଯାଉଛି, ରାହୁଲ ଗାନ୍ଧୀ ମଙ୍ଗଳବାର କେଦାରନାଥରୁ ବାହାରି ଆସିଛନ୍ତି । ତେବେ ସୋମବାର ସେ କେଦାରନାଥରେ ପୂଜାର୍ଚ୍ଚନା ସହ ରୁଦ୍ରାଭିଷେକ ମଧ୍ୟ କରିଛନ୍ତି । ଆଜି ଦିଲ୍ଲୀ ଫେରିଛନ୍ତି ରାହୁଲ । ସେହିପରି ପିଲଭିଟ ସାଂସଦ ବରୁଣ ଗାନ୍ଧୀ ମଙ୍ଗଳବାର ରାହୁଲ ବାହାରିବାର କିଛି ସମୟ ପରେ ନିଜ ପତ୍ନୀ ଏବଂ ପିଲାଙ୍କ ସହ କେଦାରନାଥରେ ପହଞ୍ଚିଥିଲେ ।
श्री केदारनाथ मंदिर की महाभिषेक पूजा में शामिल हुए @RahulGandhi जी।
बाबा केदार सभी देशवासियों का जीवन सुख-शांति से परिपूर्ण करें। pic.twitter.com/ip4m4bTR5s
— Congress (@INCIndia) November 7, 2023
[ad_2]