ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା,ଜିଲ୍ଲା କଂଗ୍ରେସର ଆନ୍ଦୋଳନ – Sahana Mela

[ad_1]
ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା I ପୁଲିସର ନିଷ୍କ୍ରିୟତା ବିରୋଧରେ ପ୍ରତିବାଦ କରିଛି ଜିଲ୍ଲା ଛାତ୍ର କଂଗ୍ରେସ I ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରି ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ ଘେରିଛନ୍ତି ଶତାଧିକ କଂଗ୍ରେସ କର୍ମୀ। କଂଗ୍ରେସର ଅଭିଯୋଗରେ କହିଛି ଓଡିଶା ପୁଲିସ ଗୃହ ବିଭାଗରେ ଅଧିନରେ ରହି ବିଜୁ ଜନତା ଦଳ ପାଇଁ କାମ କରୁଛି । ସେପଟେ ହମଲାର ୨୪ ଘଣ୍ଟା ପରେ ଘଟଣାରେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବରଗଡ଼ ଏସପି ।
ଗତ ରବିବାର ଦିନ ଅପରାହ୍ନରେ ପୋଲିସକୁ ଚ୍ୟାଲେଞ୍ଜ୍ ଦେଇ ଥାନା ଉପରେ ହମଲା କରିଥିଲେ ଶତାଧିକ ଲୋକ । ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା,ହଙ୍ଗାମା କଲାବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଘଂଟାଏ କାଳ ଧରି ଥାନା ଭିତରେ ଚାଲିଥିଲା ଉତ୍ସୃଙ୍ଖଳ ଲୋକଙ୍କ ତାଣ୍ଡବ ଲୀଳା I ଥାନା ଭିତରେ ଥିବା କମ୍ପ୍ୟୁଟର ସମେତ ଅନ୍ୟ ଆସବାବପତ୍ର ଭାଙ୍ଗି ଚୂରମାର୍ ହୋଇଯାଇଥିଲା। କେବଳ ସେତିକୁ ନୁହେଁ, ଉତ୍ତ୍ୟକ୍ତ ଲୋକେ ଝରକାର କାଚ ମଧ୍ୟ ଭାଙ୍ଗି ଦେଇଥିଲେ I ଆଉ ଏହି ସମୟରେ ଅସହାୟ ହୋଇ କେବଳ ନିରବରେ ଦେଖି ଚାଲିଥିଲା ପୋଲିସ୍ । ତେବେ ଘଟଣାର ପାଖାପାଖି ୨୪ ଘଣ୍ଟା ପରେ ଆକ୍ରମଣରେ ଶହେରୁ ଊର୍ଦ୍ଧ ବ୍ୟକ୍ତି ସଂପୃକ୍ତ ଥିବା କହି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା କଥା କହିଛି ପୋଲିସ I ଏହି ଘଟଣାରେ ସ୍ଥାନୀୟ ପୂର୍ବତନ ବିଧାୟକଙ୍କ ହାତଥିବା ନେଇ ଅଭିଯୋଗ କରିଛି ବିରୋଧୀଦଳ ବିଜେପି ସହିତ ଜିଲ୍ଲା କଂଗ୍ରେସ I
ସୂଚନାନୁସାରେ, ଗତ ୫ତାରିଖ ରବିବାର ଦିନ ଆମ୍ବାଭୋନା ବ୍ଲକସ୍ଥିତ ତାମଦେଇ ପର୍ଯ୍ୟଟନସ୍ଥଳୀକୁ ବାହାରର କିଛି ଯୁବକ ଭୋଜି କରିବାକୁ ଆସିଥିଲେ। ସେମାନେ ସେଠାରେ ନିଶା ସାମଗ୍ରୀ ବ୍ୟବହାର କରୁଥିବା ଅମ୍ବାଭୋନା ପୁଲିସ୍ ଖବର ପାଇ ଚଢ଼ଉ କରିଥିଲା। ବରଗଡ଼ରୁ ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣର ଖବର ପାଇ ଅମ୍ବାଭୋନା ଥାନା ଆଇଆଇସି ତାମଦେଇ ଠାରେ ଗାଡ଼ିକୁ ରୋକିଥିଲେ, ହେଲେ ଯାଞ୍ଚରୁ କୌଣସି ଗଞ୍ଜେଇ ମିଳିନଥିଲା । ଯାହାର ପ୍ରତିବାଦରେ ସଂଘବଦ୍ଧ ଭାବେ ଥାନା ଉପରେ ହୋଇଥିଲା ଏହି ହମଲା ।
[ad_2]