ରାଜନୀତି

ନିର୍ବାଚନର କେଇମାସ ପୂର୍ବରୁ ଉପବାଚସ୍ପତି ପଦରୁ ରାଜନୀକାନ୍ତ ସିଂହ କାହିଁକି ଇସ୍ତଫା ଦେଲେ? – Sahana Mela

[ad_1]


ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପିଚ୍ ପାଇଁ ଉଭୟ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ନେତା ପ୍ରସ୍ତୁତି ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ। ବିଧାନସଭାରେ ପହଂଟି ୨୦୧୯ରେ ଅନ୍ତିମ ସାଧାରଣ ନିର୍ବାଚନ ପରେ ଜୁନ ମାସରୁ ଏହି ପଦରେ ରଜନୀକାନ୍ତ ଥିବା ବେଳେ ହଠାତ୍ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେବା ପଛର କାରଣକୁ ନେଇ ଚର୍ଚ୍ଚା ବଢ଼ିଛି।

ସାମ୍ବାଧାନିକ ପଦରୁ ଥିବାରୁ ଦଳୀୟ କାର୍ଯ୍ୟରେ ସକ୍ରିୟ ହୋଇପାରୁନଥିଲେ ତେଣୁ ସେ ଇସ୍ତଫା ଦେଇଛନ୍ତି ବୋଲି ଯଦିଓ ରଜନୀକାନ୍ତ ନିଜର ପ୍ରତିକ୍ରିୟା ରଖିଛନ୍ତି। କିନ୍ତୁ ଦଳରେ ମାଳ ମାଳ ନେତା ଆଣି ଠୁଳ କରିବାପରେ ଶାସକ ଦଳ ବଳବାନ ହେବାକୁ ଲକ୍ଷ୍ୟ ରଖିଥିଲି କିନ୍ତୁ ଦଳ ଭିତରେ ଥିବା ନେତା-ନେତାଙ୍କ ଆଭ୍ୟନ୍ତରୀଣ କନ୍ଦଳ ଦଳକୁ ଚିନ୍ତାରେ ପକାଇଛି।

ଆଉ କିଛି ଦିନ ପରେ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି। ଏହାପରେ ନିର୍ବାଚନ ଆସିବାକୁ ଯାଉଛି। ତେଣୁ ଏହା ଶେଷ ବିଧାନସଭା ବୋଲି କୁହାଯାଉଛି।

ରାଜ୍ୟରେ ବିଜେଡି-ବିଜେପି ସଲାସୁତରାରେ ଚାଲିଥିବା ବେଳେ ଢେଙ୍କାନାଳ ଲୋକସଭା ଆସନ ଉପରେ ବିଜେପି ନେତା ତଥା ଏବେର ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଖି ରହିଛି। ଏପରି ସ୍ଥିତିରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ବିଜେପି ଭୋଟ୍ ବ୍ଯାଙ୍କ ବଢାଇବାକୁ ଚେଷ୍ଟା କରୁଛି।

କିନ୍ତୁ ଶାସକ ଦଳ ବିଜେଡି ଏହା ଚାହୁଁନାହିଁ। ଲୋକସଭା ଅପେକ୍ଷା ବିଜେଡିର ମୂଳଲକ୍ଷ୍ୟ ବିଧାନସଭା ଆସନ ରହିଛି। ଏପରି ସ୍ଥିତିରେ ଦଳୀୟ କନ୍ଦଳ ପାଇଁ ନିର୍ବାଚନ ବେଳେ ପରିଣାମ ଶୋଚନୀୟ ହେବା ପୂର୍ବରୁ ସଜାଡିବାକୁ ଦଳର ମୁଖିଆ ଚିନ୍ତା କରୁଛି।

ଏହାପୂର୍ବରୁ ଏବେର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ଯ ହଠାତ୍ ଆସି ନିଜ ପଦରୁ ଇସ୍ତଫା ଦେଇଥିଲେ। ହେଲେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଥିବାରୁ ସେ ନୂଆ ଦାୟିତ୍ବ ପାଇଥିଲେ। ଏବେ କିନ୍ତୁ ନୂଆ ମନ୍ତ୍ରିମଣ୍ଡଳ ଅଦଳ ବଦଳର ଆଶଙ୍କା ନାହିଁ। ଏବେ ଶାସକ ଦଳ ଜଣେ ପରେ ଜଣେ ପୁରୁଖା ନେତାଙ୍କୁ ସଂଗଠନର ଦାୟିତ୍ୱ ତଥା ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତ କରୁଥିବାରୁ ରଜନାକାନ୍ତ ମଧ୍ୟ ସଂଗଠନ ଦାୟିତ୍ୱ ପାଇବେ ବୋଲି କୁହାଯାଉଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯଦି ବିଜେପିର ପ୍ରାର୍ଥୀ ହୁଅନ୍ତି ତାହେଲେ ତାଙ୍କ ଭଲି ନେତାଙ୍କ ଆଗରେ ପ୍ରାର୍ଥୀ କିଏ ହେବେ ବିଜେଡିରୁ ସେ ନେଇ ଚର୍ଚ୍ଚା ଭିତରେ ରଜନୀକାନ୍ତ ସିଂହଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଲାଣି।



[ad_2]

Leave a Reply

Your email address will not be published. Required fields are marked *

Back to top button