ସ୍ୱାସ୍ଥ୍ୟ
ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ଲେମ୍ବୁ ? ଆସନ୍ତୁ ଜାଣିବା… – Sahana Mela
[ad_1]
ନୂଆଦିଲ୍ଲୀ : ଆମେ ସାଧାରଣତଃ ଆମ ଦୈନନ୍ଦିନ ଜୀବନରେ ଲେମ୍ବୁ କୁ ବ୍ୟବହାର କରିଥାଉ । କେହି କେହି ପ୍ରତିଦିନ ଖାଦ୍ୟରେ ଲେମ୍ବୁ ଖାଇଥାନ୍ତି । କିନ୍ତୁ ଆପଣମାନେ ଜାଣନ୍ତି କି ଲେମ୍ବୁ ଆମ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ । ଆସନ୍ତୁ ଜାଣିବା । ଲେମ୍ବୁରେ ସାଧାରଣତଃ କ୍ୟାଲସିୟମ୍ , ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ରହିଥାଏ । ଯାହା ହୃଦରୋଗ, ମଧୁମେହୁ ହ୍ରାସ କରିଥାଏ । ବର୍ତ୍ତମାନ ସମୟରେ ଖରାପ କୋଲେଷ୍ଟ୍ରଲ କମ୍ କରିବା ସମସ୍ତ ଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ପାଲଟିଛି ।
ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଆପଣମାନେ ଲେମ୍ବୁକୁ ବ୍ୟବହାର କରିପାରିବେ । କାରଣ ଲେମ୍ବୁ ଚୋପାରେ ପେକ୍ଟିନ୍ ନାମକ ଏକ ପଦାର୍ଥ ଥାଏ । ଯାହା ଓଜନ ହ୍ରାସ କରିବାରେ ସହାୟକ ହୁଏ । ଆହୁରି ମଧ୍ୟ ଲେମ୍ବୁ ଚୋପାରେ ଥିବା ଡି ଲିମୋନିନ୍ କର୍କଟ ରୋଗରୁ ମୁକ୍ତି ଦେଇଥାଏ । ଗଲ୍ ବ୍ଲାଡରରେ ଷ୍ଟୋନ୍ ହୋଇଥିଲେ , ତାକୁ ମଧ୍ୟ ଭଲ କରିଥାଏ ଲେମ୍ବୁ ।
[ad_2]