ଖେଳ ଖବର

ଆଇସିସି ହଲ ଅଫ ଫେମରେ ଭାରତର ସେହ୍ୱାଗ, ଏଲଡୁଜି – Sahana Mela

[ad_1]


ନୂଆଦିଲ୍ଲୀ: କ୍ରିକେଟ ଇତିହାସର ୩ଜଣ ମହାନ ଖେଳାଳିଙ୍କୁ ସୋମବାର ଆଇସିସି ହଲ ଅଫ ଫେମରେ ସାମିଲ କରିଛି । ଏହି ୩ଜଣ ହେଲେ ଭାରତର ବୀରେନ୍ଦ୍ର ସେହ୍ୱାଗ, ଡାଏନା ଏଲଡୁଜି ଓ ଶ୍ରୀଲଙ୍କାର ଅରବିନ୍ଦ ଡିସିଲଭା । ଆଧୂନିକ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ସେହ୍ୱାଗ ତାଙ୍କ କ୍ୟାରିୟରରେ ଅନେକ ଉପଲବ୍ଧି ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ସେ ପ୍ରଥମ ଭାରତୀୟ ଭାବେ ତ୍ରିଶତକ ମାରିଥିଲେ । ସେ ତାଙ୍କ କ୍ୟାରିୟରରେ ୨୩ ଶତକ ମାରି ସର୍ବାଧିକ ରନ ସଂଗ୍ରହକାରୀ ଭାରତୀୟ ଖେଳାଳିଙ୍କ ମଧ୍ୟରେ ୫ମ ସ୍ଥାନରେ ରହିଛନ୍ତି । ସେ ୧୦୪ ଟେଷ୍ଟରେ ୮୫୮୬, ୨୫୧ ଦିନିକିଆରେ ୮୨୭୩ ରନ ହାସଲ କରିଛନ୍ତି ।

୨୦୦୭ ଟି୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଦଳର ସେ ସଦସ୍ୟ ଥିଲେ । ସେହିପରି ମହିଳା କ୍ରିକେଟର ଭାବେ ଡାଏନା ଏଲଡୁଜି ଭାରତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଆଇସିସି ହଲ ଅଫ ଫେମରେ ଏ ପର୍ଯ୍ୟନ୍ତ ଭାରତର ସୁନୀଲ ଗାଭାସ୍କର, ବିଶେନ ସିଂ ବେଦୀ, କପିଳ ଦେବ, ଅନୀଲ କୁମ୍ବଲେ, ରାହୁଲ ଡ୍ରାଭିଡ, ସଚିନ ତେନ୍ଦୁଲକର, ବୀନୁ ମଙ୍କଡ, ଡାଏନା ଏଲଡୁଜି ଓ ସେହ୍ୱାଗ ସ୍ଥାନ ପାଇଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button