ଦେଶ- ବିଦେଶ

ଆଜି ଶିଶୁ ଦିବସ – Sahana Mela

[ad_1]

ଓଡ଼ିଆ ନ୍ୟୁଜ,(ଭୁବନେଶ୍ୱର):  ଆଜି ନଭେମ୍ବର 14 ତାରିଖ । ପ୍ରତିବର୍ଷ ନଭେମ୍ବର 14 ତାରିଖକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ଏହି ଦିନଟି ଖାସ୍ କରି ପିଲାଙ୍କ ପାଇଁ ଉଦ୍ଧିଷ୍ଟ । ଦିନଟି ଆସିଲେ ମନେପଡନ୍ତି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ । ଆଜି ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ।

ସେ ପିଲାଙ୍କୁ ଖୁବ୍ ଭଲ ପାଉଥିଲେ ତେଣୁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ । ରାଜନୈତିକ କୌଶଳଠୁ ଊର୍ଦ୍ଧ୍ବରେ ଥିଲେ ପ୍ରଧାନମନ୍ତ୍ରୀ ଯିଏ ଚାଚା ନେହେରୁ ଭାବେ ଜଣାଶୁଣା । ସେ ପିଲାଙ୍କୁ ଭଲ ପାଇବା ସହ ସେମାନଙ୍କ ଅଧିକାର ଏବଂ ଶିକ୍ଷା ନେଇ ସର୍ବଦା ଚେଷ୍ଟା କରିଥିଲେ । ଦେଶର ଉନ୍ନତି, ପ୍ରଗତି ଦିଗରେ ଶିଶୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ନେହେରୁ ମତ ରଖିଥିଲେ । ଶିଶୁଙ୍କୁ ଭଲ ପାଉଥିବା ପଣ୍ଡିତ ନେହେରୁ ତାଙ୍କ ଜନ୍ମଦିନକୁ ଶିଶୁଙ୍କ ପାଇଁ ଉତ୍ସର୍ଗ କରି ଦେଇଥିଲେ । ପଣ୍ଡିତ ନେହରୁଙ୍କ ଅନୁଯାୟୀ ପିଲାମାନେ ଆମ ସମାଜର ଆଧାର ଅଟନ୍ତି। ତେଣୁ ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ପିଲାମାନଙ୍କର ଅଧିକାର ବିଷୟରେ ଶିକ୍ଷା ଦେବା, ସେମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କୁ ଭଲ ଶିକ୍ଷା ଦେବା।

ଆସନ୍ତୁ ଜାଣିବା ଭାରତୀୟ ସମ୍ବିଧାନ ଅନୁସାରେ ପିଲାମାନେ କେଉଁସବୁ ଅଧିକାରକୁ ଉପଭୋଗ କରିବା ଉଚିତ।ପଣ୍ଡିତ ଜବାହରଲାଲ ନେହରୁ ୨୭ ମେ ୧୯୬୪ରେ ମୃତ୍ୟୁବରଣ କରିଥିଲେ। ସେହି ବର୍ଷ ତାଙ୍କ ଜନ୍ମଦିନ ୧୪ ନଭେମ୍ବରକୁ ‘ଶିଶୁ ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପଣ୍ଡିତ ନେହରୁଙ୍କୁ ସମ୍ମାନ ଜଣାଇବା ପାଇଁ ସଂସଦରେ ସର୍ବସମ୍ମତି କ୍ରମେ ‘ଶିଶୁ ଦିବସ’ ଭାବରେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା ଏବଂ ସେହି ଦିନଠାରୁ ଏହି ଦିନ ପାଳନ କରାଯାଉଛି।

[ad_2]

Leave a Reply

Your email address will not be published. Required fields are marked *

Back to top button