ମନୋରଞ୍ଜନ

‘ଲିଭ୍‌-ଲିନ’ରେ ରହି ଖୁସିରେ ଥିଲୁ, ଗୋଟିଏ କାରଣ ପାଇଁ ବିବାହ କଲୁ: କରୀନା – Sahana Mela

[ad_1]


ମୁମ୍ବାଇ: ଲିଭ୍ ଇନ୍‌ରେ ଥିଲୁ । ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷ ଲିଭ୍ ଇନ୍‌ରେ ଥିଲୁ । ବହୁତ ଖୁସିରେ ଥିଲୁ । କିନ୍ତୁ କେବଳ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବାରୁ ବିବାହ କରିବାକୁ ନିଷ୍ପତ୍ତି ନେଲୁ ଓ ବିବାହ ବି କଲୁ । ଏମିତି କିଛି କହିଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ।

କରୀନା କପୁର ୨୦୧୨ ମସିହାରେ ଅଭିନେତା ସୈଫ ଅଲି ଖାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ନିକଟରେ ଏକ ସାକ୍ଷାତକାରରେ କରୀନା ବିବାହ କରିବାର କାରଣ କ’ଣ କହିଛନ୍ତି । ସେ କହିଛନ୍ତି ଯେ ସେମାନେ ସେମାନଙ୍କର ଜୀବନରେ ଖୁସି ଥିଲେ । ପା୫ ବର୍ଷ ଏକାଠି ରହିବା ପରେ ସାରା ଜୀବନ ଏକାଠି ରହିବାକୁ ନିଷ୍ପତ୍ତି ନେଇ ସାରିଥିଲେ । ହେଲେ କେବଳ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବାରୁ ଦୁହେଁ ବିବାହ କରିଲେ । ବିବାହ ପରେ କରୀନା ୨୦୧୬ରେ ତାଙ୍କର ପ୍ରଥମ ସନ୍ତାନ ତୈମୁର ଅଲି ଖାନଙ୍କୁ ଜନ୍ମ ଦେଇଥିଲେ । ଏହା ପରେ ୨୦୨୧ରେ ତାଙ୍କର ଦ୍ୱିତୀୟ ପୁଅ ଜେହଙ୍କ ଜନ୍ମ ହୋଇଥିଲା ।

କରୀନା ଆହୁରି କହିଛନ୍ତି, “ମୁଁ ମୋ ପରିବାର, ମୋ ପିଲାମାନେ, ମୋ ସ୍ୱାମୀ, ମୋର ୫ ଜଣ ବନ୍ଧୁଙ୍କ ସହ ଅତ୍ୟଧିକ ଜଡିତ । ସେମାନେ ମୋର ଜୀବନ । ମୋତେ ମୋର ଲୋକମାନେ ଦରକାର । ମୋର ସ୍ପଟ୍ ବଏ ମୋ ସହ ମୋର ପ୍ରଥମ ଫିଲ୍ମରୁ ଅଛନ୍ତି । ଯେଉଁମାନେ ମୋ ଦୁନିଆକୁ ଆସନ୍ତି, ମୁଁ ସେମାନଙ୍କୁ ଯିବାକୁ ଦିଏ ନାହିଁ ଏବଂ ସେମାନେ ବି ମୋତେ ଛାଡ଼ନ୍ତି ନାହିଁ ।”



[ad_2]

Leave a Reply

Your email address will not be published. Required fields are marked *

Back to top button