ଖେଳ ଖବର

ଓ୍ବାଙ୍ଖଡେରେ ଭାରତକୁ ସୁହାଇଲା ଭଳି ପିଚରେ ମ୍ୟାଚ ହେଉଛି ଅଭିଯୋଗ, ଜବାବ ରଖିଲା ବିସିସିଆଇ – Sahana Mela

[ad_1]


ମୁମ୍ବାଇ: ଚଳିତ ବିଶ୍ୱକପର ପ୍ରଥମେ ସେମିଫାଇନାଲ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଉ କିଛି ସମୟ ପରେ ଖେଳାଯିବାକୁ ଥିବା ବେଳେ ପିଚକୁ ନେଇ ବିବାଦ ଦେଖାଦେଇଛି।

ମୂଳ ଯୋଜନା ଥିଲା ପିଚ୍ ନମ୍ବର ୭। ଯାହାକି ଏକ ତାଜା ପିଚ୍। ଅର୍ଥାତ ଏହିଥିରେ ମ୍ୟାଚ ହୋଇନି। ତେଣୁ ସେମିଫାଇନାଲ୍ ପାଇଁ ବ୍ୟବହାର କରାଯିବ। ତେବେ ଶେଷ ମୁହୂର୍ତ୍ତରେ ପିଚ୍ ନମ୍ବର ୬କୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ପୂର୍ବରୁ ଟୁର୍ଣ୍ଣାମେଣ୍ଟ ସମୟରେ ଦୁଇଟି ମ୍ୟାଚ୍ ପାଇଁ ବ୍ୟବହାର ହୋଇସାରିଛି।

ଏହି ଅଚାନକ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଛି। ବିସିସିଆଇ ଭାରତୀୟ ଦଳକୁ ସେମାନଙ୍କ ଖେଳ ଶୈଳୀ ଅନୁସାରେ ପିଚ୍ ଯୋଗାଇ ଦେବା ପାଇଁ ଚେଷ୍ଟା କରୁଛି ବୋଲି ଅଭିଯୋଗ ଆସିଛି। ଏହି ଅଭିଯୋଗକୁ ଆହୁରି ଅଧିକ ବଳ ଦେଉଛି ଯେ, ବିସିସିଆଇ ମଧ୍ୟ ପିଚ୍ ନମ୍ବର ୫ ବଦଳରେ ଦୁଇ ଥର ବ୍ୟବହାର ହୋଇଥିବା ପିଚ୍ ନମ୍ବର ୬ରେ ଫାଇନାଲ୍ ମ୍ୟାଚ୍ ଖେଳିବା ପାଇଁ ଚାପ ପକାଉଛି। ଯାହାକି କେବଳ ଥରେ ବ୍ୟବହାର ହୋଇଛି।

ଆଇସିସିର ପିଚ୍ ପରାମର୍ଶଦାତା ଆଣ୍ଡି ଅଟକିନସନ ଏହି ପରିବର୍ତ୍ତନକୁ ନାପସନ୍ଦ କରି କହିଛନ୍ତି ଯେ, ବଡ଼ ପ୍ରତିଯୋଗିତା ପାଇଁ ପିଚ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଏହା ସାଧାରଣ ଅଭ୍ୟାସ ସହ ମେଳ ଖାଉନାହିଁ। ମ୍ୟାଚ୍ଗୁଡ଼ିକର ଫଳାଫଳକୁ ପ୍ରଭାବିତ କରିବା ଲାଗି ଏବଂ ପକ୍ଷପାତିତାର ସମ୍ଭାବନାକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକଟ କରିଛନ୍ତି।

ଏବେ ଏହାର ଜବାବ ରଖିଛି ବିସିସିଆଇ। ଜଣେ ମୁଖପାତ୍ର ଏ ସଂକ୍ରାନ୍ତରେ ପ୍ରଥମେ ଖବର ପ୍ରକାଶ କରିଥିବା ଇଂଲଣ୍ଡର ଏକ ଖବରକାଗଜ ଡେଲେମଲକୁ ସଫେଇ ଦେଇଛନ୍ତି। ଯେଉଁଥିରେ କୁହଯାଇଛି କୌଣସି ଭୁଲ୍ କାମକୁ ଗ୍ରହଣ କରାଯାଇନି। ପିଚ୍ ନମ୍ବର ୭ରେ ସମସ୍ୟା ରହିଛି। ତେଣୁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିବା ବିସିସିର୍ଆଇ ସଫେଇ ଦେଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button