ଖେଳ ଖବର

ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ, ମହମ୍ମଦ ସାମି ବାଃ ବାଃ – Sahana Mela

[ad_1]


ମୁମ୍ବାଇ: ପରମ୍ପରା ଭାଙ୍ଗି ଶେଷରେ ନକ ଆଉଟରେ ୭୦ ରନରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଆଉ ଫାଇନାଲରେ ୧୨ ବର୍ଷ ପରେ ଏଣ୍ଟ୍ରି ମାରିଛି ଭାରତ। ଓ୍ବାଙ୍ଖଡେରେ ଭାରତର ୩୯୭ ରନର ବିଶାଳ ସ୍କୋରକୁ ପିଛା କରି ଶେଷରେ ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ବିଶାଳ ସ୍କୋର ଲକ୍ଷ୍ୟ ଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଚାପରେ ଭଲ ପ୍ରଦର୍ଶନ କରିଛି।

ବର୍ତ୍ତମାନ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେବା ଠାରୁ ଟିମ୍ ଇଣ୍ଡିଆ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଏହି ବିଜୟ ସହିତ ମେନ ଇନ୍ ବ୍ଲୁ ମଧ୍ୟ ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ପ୍ରତିଶୋଧ ନେଇଛି। କେବଳ ଏତିକି ନୁହେଁ, ବର୍ତ୍ତମାନର ବିଶ୍ୱକପ୍‌ରେ ଏହା ଭାରତର କ୍ରମାଗତ ଦଶମ ବିଜୟ ରହିଛି। ଏହି ମ୍ୟାଚ୍‌ରେ ପ୍ରଥମେ ଖେଳି ଭାରତୀୟ ଦଳ ୩୯୭ ରନ୍‌ କରିଥିଲା। ଏହାର ଜବାବରେ କିୱି ଦଳ ମଧ୍ୟ ଲଢେଇ କରି ୩୨୭ ରନ୍ କରିଥିଲା। କିନ୍ତୁ ଶେଷରେ ଏହା ଲକ୍ଷ୍ୟଠାରୁ ୭୦ ରନ୍ ଦୂରରେ ଥିବା ବେଳେ ଅଲ ଆଉଟ୍ ହୋଇଯାଇଛି।

ତେବେ ଟିମ୍ ଇଣ୍ଡିଆର ଘାତକ ବୋଲର ମହମ୍ମଦ ସାମିଙ୍କ ପ୍ରଥମ ୫ଟି ଓ୍ବିକେଟ ଠିକଣା ସମୟରେ ନେବା ଦଳକୁ ବିଜୟର ରାସ୍ତା ଦେଖାଇଛି। ସେ ମୋଟ୍ ସାତଟି ଓ୍ବିକେଟ୍ ନେଇଛନ୍ତି। ବିଶ୍ୱକପରେ ୬ଟି ଓ୍ବିକେଟ ନେବାରେ ଭାରତ ପକ୍ଷରୁ ଆଶିଷ ନେହେରାଙ୍କ ନାମରେ ରେକର୍ଡ ଥିଲା। ଏବେ ୭ଟି ଓ୍ବିକେଟ୍ ନେଇ ସାମି ନିଜ ନାଁରେ ରେକର୍ଡ କରିଛନ୍ତି। ସେହିପରି ଚଳିତ ବିଶ୍ବକପରେ ୩ ଥର ୫ଟି ଓ୍ବିକେଟ ନେଇ ଟିମ୍ ଇଣ୍ଡିଆର ପ୍ରମୁଖ ବୋଲର ସାବ୍ୟସ୍ତ ହୋଇଛନ୍ତି ମହମ୍ମଦ ସାମି।

ଚଳିତ ବିଶ୍ୱକପରେ ଭାରତ ପକ୍ଷରୁ ଶ୍ରେୟସ ଆୟର ଏବଂ ବିରାଟ କୋହଲି ଶତକୀୟ ଇନିଂସ ଖେଳିଥିବା ବେଳେ ଶୁଭମାନ ଗିଲ୍ ଅର୍ଦ୍ଦଶତକ ଇନିଂସ ଖେଳି ନଟ୍ ଆଉଟ ଥିଲେ। ଦଳକୁ ଭଲ ରନ୍ ଅଭିମୁଖେ ନେବାରେ ଓପନର ତଥା ରୋହିତଙ୍କ ବଡ ଭୂମିକା ରହିଥିଲା।



[ad_2]

Leave a Reply

Your email address will not be published. Required fields are marked *

Back to top button