ଖେଳ ଖବର

ବିଜୟ ହଜାରେ ଟ୍ରଫି: ଓଡିଶାର ନେତୃତ୍ୱ ନେବେ ବିପ୍ଲବ – Sahana Mela

[ad_1]


ଭୁବନେଶ୍ୱର: ଆଗାମୀ ବିଜୟ ହଜାରେ ଟ୍ରଫିରେ ବିପ୍ଲବ ସାମନ୍ତରାୟ ଓଡିଶା ଟିମର ନେତୃତ୍ୱ ନେବେ । ଏହା ପୂର୍ବରୁ ସିନିୟର ଖେଳାଳି ଗୋବିନ୍ଦ ପୋଦ୍ଦାରଙ୍କୁ ସୟେଦ ମୁସ୍ତାକ ଅଲିରେ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଓଡିଶା ସିନିୟର ଚୟନ କମିଟି ମୂଖ୍ୟ ଅମୀୟ ରାୟ ଓ କୋଚ ଦୀନେଶ ମୋଙ୍ଗିଆ ଏହି ଅବସରରେ ୧୬ ଜଣିଆ ଦଳ ଘୋଷଣା କରିଛନ୍ତି । ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ଦଳରେ ସ୍ଥାନ ପାଇଛନ୍ତି । ଗତ ବର୍ଷ ବିପ୍ଲବ ଓ ପୋଦ୍ଦାରଙ୍କୁ ପ୍ରଥମେ ବିଜୟ ହଜାରେ ଟ୍ରଫି ଦଳରେ ସ୍ଥାନ ମିଳି ନ ଥିଲା । ପରେ ଦଳର ଖରାପ ପ୍ରଦର୍ଶନ ଯୋଗୁ ସେମାନଙ୍କୁ ଦଳରେ ସାମିଲ କରାଯାଇଥିଲା । ଓଡିଶା ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଥିଲେ । ନଭେମ୍ବର ୨୩ରେ ତ୍ରିପୁରା ବିପକ୍ଷରେ ଓଡିଶା ତାର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ।

ଓଡିଶା ଟିମ: ବିପ୍ଲବ ସାମନ୍ତରାୟ(ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ପ୍ରବୀଣ ଲୁହା, ଅନୁରାଗ ଷଡଙ୍ଗୀ, ପ୍ରୟାସ ସିଂ, ଶୁଭ୍ରାଂଶୁ ସେନାପତି, ତାରିଣୀ ସା, ଅଭିଷେକ ରାଉତ, ହର୍ଷିତ ରାଠୋର, ଶାନ୍ତନୁ ମିଶ୍ର, ରାଜେଶ ମହାନ୍ତି, ଗୋବିନ୍ଦ ପୋଦ୍ଦାର, ଦେବବ୍ରତ ପ୍ରଧାନ, ଅଭିଷେକ ଯାଦବ, କାର୍ତିକ ବିଶ୍ୱାଳ, ଦେବେନ୍ଦ୍ର କୁନୱର, ରାକେଶ ପଟ୍ଟନାୟକ, ରାଜେଶ ଧୂପର ।
କାର୍ଯ୍ୟସୂଚୀ
ନଭେମ୍ବର ୨୩: ଓଡିଶା ବନାମ ତ୍ରିପୁରା(ଚିନ୍ନାସ୍ୱାମୀ ଷ୍ଟାଡିୟମ)
ନଭେମ୍ବର ୨୫: ଓଡିଶା ବନାମ ରେଲୱେ(ଅଲୁର କ୍ରିିକେଟ ଷ୍ଟାଡିୟମ)
ନଭେମ୍ବର ୨୭: ଓଡିଶା ବନାମ କେରଳ(ଅଲୁର ଷ୍ଟାଡିୟମ)
ନଭେମ୍ବର ୨୯: ଓଡିଶା ବନାମ ସୌରାଷ୍ଟ୍ର(ଅଲୁର ଷ୍ଟାଡିୟମ)
ଡିସେମ୍ବର ୧: ଓଡିଶା ବନାମ ପଣ୍ଡିଚେରୀ (ଅଲୁର ଷ୍ଟାଡିୟମ)
ଡିସେମ୍ବର ୩: ଓଡିଶା ବନାମ ସିକ୍କିମ(ଅଲୁର ଷ୍ଟାଡିୟମ)
ଡିସେମ୍ବର ୫: ଓଡିଶା ବନାମ ମୁମ୍ବାଇ (ଅଲୁର ଷ୍ଟାଡିୟମ)



[ad_2]

Leave a Reply

Your email address will not be published. Required fields are marked *

Back to top button