ଖେଳ ଖବର

ବିଧାୟକଙ୍କୁ ଗାଁ ମନା – Sahana Mela

[ad_1]

କଳାହାଣ୍ଡି :ବିଧାୟକ ହେଲେ ହଟହଟ୍ଟା I ପାର୍କ ଉଦଘାଟନ ପାଇଁ ଯାଇଥିବାବେଳେ ବିରୋଧ କଲେ ଗ୍ରାମବାସୀ I ଗାଁ ଭିତରକୁ ପୁରାଇ ଦେଲେନି ଲୋକେ I ପ୍ରଥମେ ରାସ୍ତା ତିଆରି କର,ଏହାପରେ ପାର୍କ ଓ ନୂଆ ପ୍ରକଳ୍ପ ଉଦଘାଟନ କରିବେ । କଳାହାଣ୍ଡି ଜିଲ୍ଲା ତ୍ରିଲୋଚନପୁରରେ ରାସ୍ତା ଦୟନୀୟ ସ୍ଥିତିରେ ରହିଛି I ଅନେକ ଦିନରୁ ଦାବି ପରେ ମଧ୍ୟ ଏଯାଏଁ ରାସ୍ତା ମରାମତି ହୋଇନଥିବାରୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ଗାଡ଼ି ଅଟକାଇ ଜବାବ ମାଗିଛନ୍ତି ସ୍ଥାନୀୟ ଲୋକେ । ଶେଷରେ ପାର୍କ ଉଦଘାଟନ କରିନପାରି ବିଧାୟକ ପ୍ରଦୀପ ଦିଶାରୀ ଫେରି ଆସିଛନ୍ତି ।

ତ୍ରିଲୋଚପୁରରେ ନିର୍ମାଣ ହୋଇଥିବା ପାର୍କ ଓ ଛେଳି ହଷ୍ଟେଲର ଉଦଘାଟନ ପାଇଁ ବିଧାୟକ ଯାଉଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ଏହି ସମୟରେ ବିଧାୟକଙ୍କ ସମର୍ଥକଙ୍କ ସହିତ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା I ଲୋକେ କହିଛନ୍ତି, ତିନି ବର୍ଷ ହେବ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ କରୁଛୁ । ହେଲେ ବିଧାୟକ କୌଣସି ସମସ୍ୟାର ସମାଧାନ କରୁନାହାନ୍ତିଆଗ ରାସ୍ତା ଓ ପରେ ପାର୍କ ବୋଲି କହି ସ୍ଲୋଗାନ ଦେଇଥିଲେ ସ୍ଥାନୀୟ ଲୋକେ । ଲୋକଙ୍କୁ ବୁଝାଇବାକୁ ଚେଷ୍ଟ କରିଥିଲେ ବି ସଫଳ ହୋଇନପାରି ଫେରି ଆସିବାକୁ ବାଧ୍ୟ ହୋଇଥିଲେ ବିଧାୟକ ଦିଶାରୀ ।

[ad_2]

Leave a Reply

Your email address will not be published. Required fields are marked *

Back to top button